Only for Entertainment

ଅସୁସ୍ଥ ବିଗ ବି, ରାତି ୨ଟାରେ ହସ୍ପିଟାଲରେ ହେଲେ ଭର୍ତ୍ତି !

50

ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ । ଅନେକ ବର୍ଷ ଧରି ତାଙ୍କର ଯକୃତ ସମସ୍ୟା ରହି ଆସିଥିବା ବେଳେ କେବଳ ୨୫ପ୍ରତିଶତ ଯକୃତ କାମ କରୁଥିବା ନେଇ ଖୁଲାସା କରିଥିଲେ ବିଗ୍‌ ବି । ଏବେ ତଙ୍କର ସେହି ସମସ୍ୟା ବଢ଼ିବା ସହ ତାଙ୍କୁ ଚିକିତ୍ସା ପାଇଁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥବା ଜଣା ପଡ଼ିଛି । ତେବେ ମଙ୍ଗଳବାରଠାରୁ ତାଙ୍କୁ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଏବେ ଖବରଟି ସାମ୍ନାକୁ ଆସିଛି । ମଙ୍ଗଳବାର ରାତି ୨ଟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ଚିକିତ୍ସା ପରେ ସେ ଧିରେ ଧିରେ ସୁସ୍ଥ ହେଉଥିବା ନେଇ ସୂଚନା ମିଳିଛି ।

ଡାକ୍ତରଖାନାର ଏକ ସ୍ୱତନ୍ତ୍ର କେବିନ୍‌ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ କେବିନ ବାହାରେ ୪ଜଣ ସୁରକ୍ଷା ଗାର୍ଡ ତାଙ୍କୁ ଜଗି ରହିଛନ୍ତି । ତେବେ ବିଗ୍‌ ବି ବା ତାଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବରଟି ସାମ୍ନାକୁ ଆସିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇ ମଧ୍ୟ ବିଗ୍‌ ବି ଟୁଇଟ୍‌ରରେ ସକ୍ରିୟ ରହିବା ସହ ଅନେକ ଟୁଇଟ୍‌ କରୁଥିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More