Only for Entertainment

ଚନ୍ଦଯାନ-୨କୁ ନେଇ ଲତା ମଙ୍ଗେସକର-ଅମିତାଭ ବଚ୍ଚନ କଲେ ହୃଦୟ ଜିତିନେବା ଭଳି ଟ୍ୱିଟ, ଇସ୍ରୋକୁ କରିଲେ ପ୍ରଶଂସା

latestly
106

ଚନ୍ଦ୍ରଯାନ-୨ ମିଶନକୁ ନେଇ ପୂରା ଦେଶରେ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ବିକ୍ରମ ଲ୍ୟାଣ୍ଡର ଏବଂ ଭୂମି ଷ୍ଟେସନ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହେବା ଫଳରେ ସମସ୍ତ ଖୁବ ଦୁଃଖିତ । ଖାସ କରି ଇସ୍ରୋର ବୈଜ୍ଞାନିକମାନେ । ସେମାନେ ନିଜ ଜୀବନର ଅନେକ ସମୟ ଏହି ମିଶନରେ ଲଗାଇଛନ୍ତି । ଇତି ମଧ୍ୟରେ ମନୋରଂଜନ ଜଗତର ଦୁଇ ପ୍ରସିଦ୍ଧ ସେଲିବ୍ରିଟି ଅମିତାଭ ବଚ୍ଚନ ଏବଂ ଲତା ମଙ୍ଗେସକର ଟ୍ୱିଟ କରି ଇସ୍ରୋ ବୈଜ୍ଞାନିକମାନଙ୍କର ସାହସ ବଢାଇଛନ୍ତି । ଇସ୍ରେକୁ ନେଇ ଦୁହିଁଙ୍କ ଏହି ଟ୍ୱିଟ ଦର୍ଶକଙ୍କ ହୃଦୟ ଜିତି ନେବ ।

ଅମିତାଭ ବଚ୍ଚନ ନିଜ ପିତା ହରିବଂଶରାୟ ବଚ୍ଚନଙ୍କ ଏକ କବିତା ସେୟାର କରି ଇସ୍ରୋ ଉପରେ ଗର୍ବ କରିଛନ୍ତି ।

ସେହିପରି ଲତା ମଙ୍ଗେସକର ଟ୍ୱିଟ କରି କହିଛନ୍ତି ‘କେବଳ ସମ୍ପର୍କ ଭାଙ୍ଗିଛି ସଂକଳ୍ପ ନୁହେଁ । ସାହାସ ଏବେ ମଧ୍ୟ ଉଚ୍ଚରେ ରହିଛି । ମୋତେ ବିଶ୍ୱାସ ସଫଳତା ଅବଶ୍ୟ ମିଳିବ । ସାରା ଦେଶ ଇସ୍ରୋ ସହିତ ରହିଛି । ବୈଜ୍ଞୀନିକମାନଙ୍କ ଉପରେ ଆମେ ଗର୍ବ କରୁଛୁ । ଆପଣ ଆଗକୁ ବଢନ୍ତୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More