ସ୍ୱାସ୍ଥ୍ୟକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ମନ୍ତବ୍ୟ ଦେଲେ ଅମିତାଭ ବଚ୍ଚନ
ବଲିଉଡର ମେଗା ଷ୍ଟାର ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଏଭଳି କିଛି କଥାର ଖୁଲାସା କରିଛନ୍ତି, ଯାହାକୁ ଶୁଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆକ୍ଟର ଏକ ଇଭେଂଟରେ କହିଛନ୍ତିଯେ ତାଙ୍କ ୭୫ ପ୍ରତିଶତ ଲିଭର ଖରାପ ହୋଇ ଯାଇଛି ଏବଂ ସେ କେବଳ ୨୫ ପ୍ରତିଶତ ଲିଭର ସହିତ ବଂଚି ରହିଛନ୍ତି । କେବଳ ସେତିକି ନୁହେଁ ଅମିତାଭ ଏହା ମଧ୍ୟ କହିଛନ୍ତିଯେ ଯେ ଏହା ପୂର୍ବରୁ ଟିବି ରୋଗରେ ମଧ୍ୟ ପିଡ଼ିତ ହୋଇ ସାରିଛନ୍ତି ।
କେବଳ ସେତିକି ନୁହେଁ ଆକ୍ଟର ପୋଲିଓ, ହେପାଟାଇଟିସ ବି, ଟିଭି ଏବଂ ଡାଇବେଟିସ ଭଳି ରୋଗକୁ ନେଇ ଯାଂଚ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ବାସ୍ତବରେ ଆକ୍ଟର ଅମିତାଭ ବଚ୍ଚନ ଏନଡିଟିଭିର ସ୍ୱଚ୍ଛ ଭାରତ ଲଂଚରେ ପହଂଚିଥିଲେ । ସେ କହିଲେଯେ ମୁଁ ସବୁ ସମୟରେ ମୋ ଉଦାହରଣ ସମସ୍ତଙ୍କୁ ଦିଏ ଏବଂ ଚେଷ୍ଟା କରେ ଆପଣ ସମସ୍ତଙ୍କୁ ଏହା ବିଷୟରେ ଯେତେ ଅଧିକ ସେତେ ଜାଗ୍ରତ ସୂଚନା ମିଳୁ । ନିଜ ବିଷୟରେ ଏ ସବୁ କଥା କହିବାକୁ ମୋତେ ଆଦୌ ଖରାପ ଲାଗେ ନାହିଁ ।