Only for Entertainment

କୁଲି ସେଟରେ ଗଭୀର ଭାବେ ଆହତ ହୋଇଥିଲେ ଅମିତାଭ ବଚ୍ଚନ, ଠିକ ହୋଇ ଘରକୁ ଫେରିବା ପରେ କିଛି ଏପରି ଥିଲା ଦୃଶ୍ୟ, ଦେଖନ୍ତୁ ଭାଇରାଲ ଭିଡିଓ

Stardust
40

ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଖୁବଶୀଘ୍ର ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନୀତ କରାଯିବ । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଜୀବନରେ ଅନେକ ଗୁଡିଏ ଭଲ ଏବଂ ଖରାପ ପରିସ୍ଥିତି ଆସିଛି । ୧୯୮୨ରେ ଫିଲ୍ମ କୁଲି ସେଟରେ ଫାଇଟ ସିନ ସମୟରେ ଅମିତାଭ ବଚ୍ଚନ ଗମ୍ଭୀର ଭାବେ ଆହତ ହୋଇଥିଲେ । ଏପରି କି ସେ ଜୀବନ ଏବଂ ମୃତ୍ୟୁ ସହିତ ସଂଗ୍ରାମ କରିଥିଲେ । ସେହି ସମୟରେ ତାଙ୍କ ଫ୍ୟାନ୍ସ ଏବଂ ପୂରା ଦେଶ ବାସୀ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ ।

ଏହାପରେ ଧିରେ ଧିରେ ସେ ସୁସ୍ଥ ହୋଇଥିଲେ । ଏହାକୁ ଅମିତାଭ ବଚ୍ଚନଙ୍କ ରିବର୍ଥ ବୋଲି ମଧ୍ୟ କୁହାଯାଏ । ଠିକ ହୋଇ ଅମିତାଭ ଘରକୁ ଫେରିବା ପରେ ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନ ତାଙ୍କୁ ଦେଖି ଭାବୁକ ହୋଇପଡିଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯାଇଥିଲା । ଏବେ ନିକଟରେ ସେହି ସମୟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଅମିତାଭ ବଚ୍ଚନଙ୍କ ଜଣେ ଫ୍ୟାନ ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓ ଏବେ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଅମିତାଭ ସୁସ୍ଥ ହୋଇ ଘରକୁ ପେରିବା ପରେ ତାଙ୍କ ପିତାଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି । ଏହା ପରେ ତାଙ୍କ ପିତା କୋହ ସମ୍ଭାଳି ନପାରି ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏହା ସହିତେ ସେଠାରେ ଉପସ୍ଥିତ ସମସ୍ତ ଲୋକେ ତାଙ୍କୁ ଭାବୁକ ହୋଇ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More