ଅସହ୍ୟ ଗରମରେ ଚିନ୍ତିତ ହୋଇ ଅମିତାଭ ଟ୍ୱିଟରରେ ଶେୟାର କଲେ ମଜାଦାର ଟ୍ୱିଟ ।
ବଲିଉଡ ଆକ୍ଟର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଏହା ସହିତ ସେ ଫ୍ୟାନ୍ସ କରିଥିବା ଟ୍ୱିଟ ର ମଧ୍ୟ ଉତ୍ତର ଦିଅନ୍ତି ।
ନିକଟରେ ବିଗବି ଗରମ ଦିନକୁ ନେଇ ଏକ ଟ୍ୱିଟ କରିଛନ୍ତି । ବିଗବି ଏବେ ଗରମକୁ ନେଇ ଅଧିକ ଚିନ୍ତିତ । ତେଣୁ ଏହାକୁ ସେ ଏକ ମଜାଦାର ଟ୍ୱିଟରେ ପରିବେଷଣ କରିଛନ୍ତି । ଟ୍ୱିଟ କରି ବିଗବି ଲେଖିଛନ୍ତି ଗରମ କାରଣରୁ ଆଜିକାଲି ଏଭଳି ହୋଇଯାଇଛିକି ତଜୁରବା ଲେଖା ହୋଇଥିଲେ ତରବୁଜା ଦେଖାଯାଉଛି । ଏହା ସହିତ ସେ ତାଙ୍କର ଏକ କଲରଫୁଲ ଫଟୋ ମଧ୍ୟ ଶେୟାର କରିଛନ୍ତି । ସକାଳ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବିଗବି ୧୨ଟି ଟ୍ୱିଟ କରି ସାରିଛନ୍ତି ।
କହିରଖୁଛୁଯେ ବିଗ ବି’ଙ୍କ ଫ୍ୟାନ ଫଲୋଇଙ୍ଗ ଯଥେଷ୍ଟ ଅଧିକ । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଆଗାମୀ ଦିନରେ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।