Only for Entertainment

ମେସିନ ଭଳି ଆଙ୍ଗୁଠିରେ ପିଆନୋ ବଜାଉଛି ବାଳକ, ଭିଡ଼ିଓ ଭାଇରାଲ ।

ndtv
16

ଯେତେବେଳେ କୌଣସି ପ୍ରେରଣାତ୍ମକ ଭିଡ଼ିଓ ସାମ୍ନାକୁ ଆସିଥାଏ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଏହିଥର ସେ ଏକ ଭାରତୀୟ ଛୋଟ ପିଲାର ଭିଡ଼ିଓ ଶେୟାର କରିଛନ୍ତି । ପିଲାଟି ପିୟାନୋ ବଜାଇବାରେ ଏତେ ଅଭ୍ୟସ୍ତଯେ ସାରା ଭାରତରେ ପରିଚିତ ହୋଇ ସାରିଛନ୍ତି । କେବଳ ସେତିକି ନୁହେଁ ପିଲାଟି ପିୟାନୋ ଉପରେ ହାତ ରଖିବା ମାତ୍ରେ ମେସିନ ଭଳି ଚଳାଉଛି । ଭିଡ଼ିଓ ଦେଖିବା ମାତ୍ରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୧୨ ବର୍ଷର ଲିଡିୟାନ ନାଦସ୍ୱରମ ୭ ବର୍ଷରୁ ପିୟାନୋ ବଜାଉଛନ୍ତି । ଭାରତର କେତେକ ବଡ଼ ଶୋ’ରେ ସେ ପର୍ଫମ ମଧ୍ୟ କରିଛନ୍ତି । ଗତବର୍ଷ ଷ୍ଟାରପ୍ଲସରେ ଟେଡ ଟକ ଶୋ’ରେ ନାଦସ୍ୱରମଙ୍କୁ ପିୟାନୋ ବଜାଉଥିବାର ଦେଖିବାକୁ ମିଳିଥିଲା ।

 

View this post on Instagram

 

Amaaaziiiiiiig

A post shared by Amitabh Bachchan (@amitabhbachchan) on

ଅମିତାଭ ବଚ୍ଚନଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତିି । ବିଗ ବିଙ୍କ ଏହି ଇଂଷ୍ଟାଗ୍ରାମ ଭିଡ଼ିଓକୁ ୫ ଲକ୍ଷରୁ ଅଧିକ ଥର ଦେଖା ସରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More