Only for Entertainment

‘କେବିସି’ ହଟ୍ ସିଟରେ ବିଲେଇ, ଅମିତାଭ ବଚ୍ଚନ କଲେ ଏଭଳି ମଜାଦାର ଟ୍ୱିଟ

google
15

‘କୌନ ବନେଗା କରୋଡପତି’ ସିଜନ୍‌-୧୧ର ଉପସ୍ଥାପକ ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଅନେକ ସମୟରେ ମଜାଦାର ଘଟଣା ପ୍ରଶଂସକମାନଙ୍କ ସହିତ ସେୟାର କରିଥାଆନ୍ତି। ନିକଟରେ ସେ ଏକ କିଉଟ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଦାର କମେଣ୍ଟ ବି ଦେଉଛନ୍ତି।

ଅମିତାଭ ବଚ୍ଚନ ଟୁଇଟରରେ ‘କୌନ ବନେଗା କରୋଡପତି’ ସୁଟିଂ ସେଟର ତିନିଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଏକ ବିଲେଇ ସେଟ୍‌ରେ ବୁଲୁଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋଟିରେ ବିଲେଇଟି ସେଟ୍‌ରେ ଶୋଇ ପଡ଼ିଛି। ତୃତୀୟ ଫଟୋରେ ବିଲେଇ ଚୌକିରେ ବସିଛି। ଅମିତାଭ ଏହି ତିନିଟି ଫଟୋକୁ ସେଆର୍‌ କରି ଲେଖିଛନ୍ତି, ବିଲେଇ, ବିଲେଇ..କେବିସିରେ ଖେଳିବା ପାଇଁ ବିଲେଇ ଆସିଛି। ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି।

କିଛିଦିନ ତଳେ ‘କୌନ୍‌ ବନେଗା କରୋଡପତି’ର ସୁଟିଂ ବେଳେ ଅମିତାଭ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅମିତାଭଙ୍କ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ତିନି ଦିନ ରହିବା ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More