Only for Entertainment

ମହାରାଷ୍ଟ୍ର ପରେ ୟୁପିର ୮୫୦ କୃଷକଙ୍କ ଋଣ ପରିଶୋଧ କରିବେ ଅମିତାଭ ବଚ୍ଚନ ।

DNA
24

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିକଟରେ ଏକ ଭଲ ନିର୍ଣ୍ଣୟ ନେଇଛନ୍ତି । ଖବର ଅନୁସାରେ ଅମିତାଭ ବଚ୍ଚନ ୟୁପିର ୮୫୦ରୁ ଅଧିକ କୃଷକଙ୍କ ଋଣ ପରିଶୋଧ କରିବାରେ ତାଙ୍କୁ ସାହାଯ୍ୟ କରିବେ ।

ଅମିତାଭ ବଚ୍ଚନ ଏହା ପୂର୍ବରୁ ମହାରାଷ୍ଟ୍ରର ୩୫୦ରୁ ଅଧିକ କୃଷକଙ୍କ ଋଣ ଶୁଝିବାରେ ସେମାନଙ୍କୁ ସାହାଯ୍ୟ କରିଥିଲେ । ଅମିତାଭ ନିଜ ବ୍ଲଗରେ ଲେଖିଥିଲେ, ‘ପାଖାପାଖି ୩୫୦ କୃଷକଙ୍କୁ ଋଣ ଶୁଝିବାରେ ଅସୁବିଧା ହେଉଛି । ଋଣ ଭାରରେ ଅନେକ କୃଷକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି । କୃଷକମାନଙ୍କ ଏହି ଋଣ ଭାରକୁ କମ କରିବା ପାଇଁ ନିକଟରେ ସେମାନଙ୍କର ଋଣକୁ ଶୁଝା ହୋଇଛି ।’
ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଏବଂ ବିଦର୍ଭ ଅଂଚଳର କୃଷକଙ୍କ ଋଣ ଶୁଝା ହୋଇଥିଲା । ଏହାପରେ ୟୁପିର ୮୫୦ ପରିବାରର ଚିହ୍ନଟ କରାଯାଇଛି । ଯେଉଁମାନ ଋଣ ଭାର ତଳେ ଚାପି ହୋଇ ରହିଛନ୍ତି । ଖବର ଅନୁସାରେ ଏହି କୃଷକମାନଙ୍କର ୫.୫ କୋଟିର ଋଣ ରହିଛି । ଏବଂ ଏହି ଋଣକୁ ପରିଶୋଧ କରିବେ ପାଇଁ ତାଙ୍କୁ ସାହାଯ୍ୟ କରାଯିବ ।

ବିଗ ବି ଏହା ମଧ୍ୟ କହିଛନ୍ତି ଯେ, ‘କେବିସିର କର୍ମ ବୀର ଏପିସୋଡରେ ଆସିଥିବା ଅଜୀତ ସିଂଙ୍କୁ ମଧ୍ୟ ସାହାୟକ କରାଯିବ ।’ ଏହା ସହିତ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବାକୁ ସନ୍ତୁଷ୍ଟି ଭରା ଅନୁଭବ ବୋଲି ମଧ୍ୟ ସେ କହିଛନ୍ତି । କହିରଖୁଛୁ ଯେ, କିଛି ଦିନ ପୂର୍ବେ ଅମିତାଭ ମହାରାଷ୍ଟ୍ରର ୪୪ ସହିଦ ପରିବାରକୁ ସାହାଯ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More