Only for Entertainment

ଅମିତାଭ ବଚ୍ଚନ ଏବଂ ଝିଅ ଶ୍ୱେତାଙ୍କ ବିଜ୍ଞାପନକୁ ନେଇ ଆରମ୍ଭ ହେଲା ବିବାଦ, ମାମଲା ରୁଜୁ କରିବା ପାଉଁ ଦେଲେ ଚେତାବନୀ ।

ndtv
0 35

କେରଳର ଗହଣା କମ୍ପାନୀ ପାଇଁ ବିଜ୍ଞାପନ କରି ବିବାଦରେ ଅମିତାଭ ବଚ୍ଚନ ଓ ଝିଅ ଶ୍ୱେତା ବଚ୍ଚନ । ଦେଢ଼ ମିନିଟର ଏହି ବିଜ୍ଞାପନକୁ ବ୍ୟାଙ୍କ ୟୁନିଅନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ତରଫରୁ କୁହାଯାଇଛି ଏହି ଆଡ ଦ୍ୱାରା ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଖରାପ ଢ଼ଙ୍ଗରେ ପ୍ରଦର୍ଶିତ କରାଯାଇଛି । ଯଦି କମ୍ପାନୀ ଏହି ବିଜ୍ଞାପନକୁ ବନ୍ଦ ନକରେ ତେବେ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ ଅଫିସର ମହାସଂଘ ଚେତାବନୀ ଦେଇଛନ୍ତି ।

ବିଜ୍ଞାପନ କରିଥିବା ଗହଣା ପ୍ରତିଷ୍ଠାନ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାସଂଘ ପକ୍ଷରୁ ଧମକ ଦିଆଯାଇଛି । ତେବେ ବିବାଦ ସୃ୍ଷ୍ଟି ହେବା ପରେ ଗହଣା ପ୍ରତିଷ୍ଠାନ ପକ୍ଷରୁ ସଫେଇ ଦିଆଯାଇଛି । କୁହାଯାଇଛି ବିଜ୍ଞାପନଟି ସମ୍ପୂର୍ଣ୍ଣ ରୂପେ କାଳ୍ପନିକ । ଏଥିରେ କୈାଣସି ସ୍ଥାନରେ ବ୍ୟାଙ୍କକୁ ଖରାପ ଦୃଷ୍ଟିରେ ଉପସ୍ଥାପିତ କରିବା ପାଇଁ ଉଦ୍ୟମ କରାଯାଇନାହିଁ । ଏହି ବିଜ୍ଞାପନରେ ଅମିତାଭ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିଥିବାବେଳେ ଶ୍ୱେତା ତାଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More