Only for Entertainment

ଅମିତାଭଙ୍କ ଫିଲ୍ମ ‘ସୂର୍ଯ୍ୟବଂଶମ’ କ’ଣ ପାଇଁ ବାରମ୍ବାର ଟିଭି ପରଦାରେ ଦେଖିବାକୁ ମିଳିଥାଏ, ଜାଣନ୍ତୁ ଏହା ପଛର କାରଣ

gujjurocks
0 97

ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶମ’କୁ ରିଲିଜ ହେବାର ୧୯ ବର୍ଷ ହୋଇଗଲାଣି । ୨୧ ମଇ ୧୯୯୯ରେ ରିଲିଜ ହୋଇଥିବା ଏହି ଫିଲ୍ମ ଥିଏଟର ଅପେକ୍ଷା ଟିଭିରେ ଅଧିକ ଚର୍ଚ୍ଚାରେ । ଟିଭିରେ ଏହି ଫିଲ୍ମକୁ ଟିଭିରେ ଅନେକଥର ଦେଖି ଲୋକମାନଙ୍କୁ ତାହାର କ୍ୟାରେକଟର ସହିତ ଫିଲ୍ମ ଡାଇଲଗ ମଧ୍ୟ ମନେରହିଗଲାଣି । ଫିଲ୍ମକୁ ରିଲିଜ ହେବାର ୧୯ ବର୍ଷ ଅବସରରେ ଅମିତାଭ ଏକ ଟୁଇଟ କରି କରିଥିଲେ । କିନ୍ତୁ ଏହି ଟୁଇଟ ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡିଛି ।

tweet

ଜଣେ ଫ୍ୟାନ ଟ୍ରୋଲ କରି ଲେଖିଥିଲେ, ‘ଟିଭିରେ ଏହି ଫିଲ୍ମକୁ ବାରମ୍ବାର ଦେଖିବାକୁ ମିଳୁଛି ଯେ ଜଣେ ନିଜ ବାପା ନା ଭୁଲି ଯିବ ପଛେ ହିରା ଠାକୁରଙ୍କୁ କେବେ ହେଲେ ଭୁଲିବ ନାହିଁ ।’ ଅନ୍ୟ କେହି କହିଛନ୍ତି, ‘ଯେଉଁ ପର୍ଯ୍ୟନ୍ତ ସୋନି ମ୍ୟାକ୍ସ ଚ୍ୟାନେଲ ରହିଥିବା ‘ସୂର୍ଯ୍ୟବଂଶମ’ ମୁଭି ଚାଲିଥିବ ।’ ଏହାକୁ ଶୁଣି ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଏପରି କ’ଣ ଅଛି ଯେ ଏହି ଫିଲ୍ମକୁ ଟିଭିରେ ବାରମ୍ବାର ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ ।

suryavansham-19-yrs

ଏହା ପଛରେ ଥିବା ଦୁଇଟି କାରଣ ସାମ୍ନାକୁ ଆସିଛି । ପ୍ରଥମଟି ହେଉଛି ଯେଉଁ ବର୍ଷ ଫିଲ୍ମ ରିଲିଜ ହୋଇଥିଲା ସେହି ସମୟରେ ହିଁ ସୋନି ମ୍ୟାକ୍ସ ଲଂଚ ହୋଇଥିଲା । ଦୁହେଁ ଏକା ସହିତ ଇଣ୍ଡଷ୍ଟ୍ରୀରେ ଯାତ୍ରା ଆରମ୍ଭ କରିଥିଲେ । ସେଥିପାଇଁ ଚ୍ୟାନେଲର ଅଧିକାରୀମାନଙ୍କ ସହିତ ଫିଲ୍ମର ଭାବନାତ୍ମକ ସମ୍ପର୍କର୍ ରହିଛି ।

ଦ୍ୱିତୀୟ କରଣଟି ହେଉଛି ଚ୍ୟାନେଲ ଫିଲ୍ମର ଅଧିକାରକୁ ୧୦୦ ବର୍ଷ ପର୍ଯ୍ୟନ୍ତ କିଣିଛନ୍ତି । ସେଥିପାଇଁ ଫିଲ୍ମକୁ ବାରମ୍ବାର ଚ୍ୟାନେଲରେ ଦେଖିବାକୁ ମିଳୁଛି । ତେବେ ଫିଲ୍ମକୁ ନେଇ ଲୋକମାନଙ୍କର ଅଲଗା ଅଲଗା କମେଣ୍ଟ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More