Only for Entertainment

କୌନ୍ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ବିଗ୍ ବି ଅମିତାଭଙ୍କ ଆଖିରେ ଲୁହ ।

India Today
30

ମହାନାୟକ ଅମିତାଭ ବଚ୍ଚନ ଏବେ ସୋନି ଟିଭିରେ ପ୍ରସାରିତ ଗେମ ଶୋ କୌନ ବନେଗା କରୋଡପତିରେ ହୋଷ୍ଟ କରୁଛନ୍ତି । ଅମିତାଭଙ୍କ ପ୍ରଶ୍ନପଚାରିବା ଶୈଳୀ ଏତେ ଭଲ ଯେ ପ୍ରତିଯୋଗୀଙ୍କୁ ସ୍ୱପ୍ନ ରାଇଜକୁ ନେଇଯାଏ । ବେଳେ ବେଳେ ମଧ୍ୟ ସୁଖ ଦୁଃଖର କଥା କହି ସାରା ମାହୋଲକୁ ଭାବପ୍ରବଣ କରିପକାନ୍ତି । ମହାନାୟକଙ୍କ ଆଖିରେ ଲୁହ ବହୁତ କମ ସମୟରେ ଆସିଥାଏ । ହେଲେ ନିକଟରେ କେବିସିର ଏକ ଏପିସୋଡରେ ଅମିତାଭ କାନ୍ଦିପକାଇଥିଲେ । ଯାହାଦ୍ୱାରା ଦର୍ଶକ ଭାବ ବିହ୍ୱଳ ହୋଇପଡିଥିଲେ । ଆଗକୁ ବିଗ୍ ବିଙ୍କ ଜନ୍ମଦିନ ଆସୁଛି । କୌନ ବନେଗା କରୋଡପତି ସେଟରେ ମଧ୍ୟ ସେ ନିଜର ଜନ୍ମଦିନ ସେଲିବ୍ରେଟ କରିବେ ।

big-b

ସୂଚନାଯୋଗ୍ୟ ଯେ, ଏଇ ମାସ ୧୧ ତାରିଖରେ ଅମିତାଭଙ୍କୁ ୭୬ ବର୍ଷ ପୂରିବ । ଏହି ଖୁସିରେ କେହି ଜଣେ ଫ୍ୟାନ ତାଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇବା ସହ ଏକ କବିତା ଶୁଣାଇଥିଲେ । ସେହି କବିତା ଶୁଣି ସଙ୍ଗେ ସଙ୍ଗେ ଅମିତାଭଙ୍କ ଆଖିରେ ଲୁହ ଚାଲିଆସିଥିଲା । କବିତାଟି ହେଲା ‘ଆ ଝରୋଖେ ସେ ଜରା ସା.. ଚାନ୍ଦନୀ ପିଛଲି ପହର୍କୀ.. ପାସ୍ ମେଁ ଯୋ ଶୋ ଗୟୀ ହୈ…’ । ଏହି କବିତା ଶୁଣିବା ପରେ ଅମିତାଭ ଏତିକି କହିଥିଲେ ଏହା ହେଉଛି ମା’ର ସ୍ୱର ।

ଅମିତାଭଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ତାଙ୍କୁ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ପ୍ରଥମ ଟ୍ରେଲରକୁ ରିଲିଜ କରାଯାଇଛି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ଅମିତାଭଙ୍କ ବ୍ୟତୀତ ଅମିର ଖାନ, କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ଆଦି ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More