Only for Entertainment

‘ଆଫ୍ରିକା ଜିତିଲା ବିଶ୍ୱକପ’ ଲେଖି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅମିତାଭ ବଚ୍ଚନ ।

india
0 40

ଅମିତାଭ ବଚ୍ଚନଙ୍କର ଖେଳ ପ୍ରତି କେତେ ଭଲ ପାଇବା ରହିଛି ତାହା ତ ସମସ୍ତଙ୍କୁ ଜଣା । ଫିଫା ୱାଲ୍ଡ କପ ଫାଇନାଲ ମ୍ୟାଚ ଦେଖିବା ପାଇଁ ସେ ରୁଷରେ ପହଁଚିଯାଇଥିଲେ । ରବିବାର ଏହି ଫୁଟବଲ ମହାକୁମ୍ଭର ଫାଇନାଲ ମ୍ୟାଚ ଫ୍ରାନ୍ସ ଏବଂ କ୍ରୋଏସିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଫ୍ରାନ୍ସ କ୍ରୋଏସିଆକୁ ହରାଇ ଟ୍ରଫି ନିଜ ନାମରେ କରିଛି । ମ୍ୟାଚ ସରିବା ପରେ ଫୁଟବଲ ପ୍ରେମୀ ଫ୍ରାନ୍ସ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଖୋଦ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ବିଜେତା ଟିମକୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ଅତି ଉତ୍ସାହରେ ସେ ଏକ ଭୁଲ କରିଦେଇଥିଲେ ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ଅମିତାଭ ଟୁଇଟ କରି ଲେଖିଥିଲେ ଆଫ୍ରିକା ୨୦୧୮ ବିଶ୍ୱକପ ଜିତିନେଇଛି । ଏହାପରେ ଅନେକ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି । ଲୋକଙ୍କ କହିବା ଅନୁସାରେ ଖେଳାଳୀ ଆଫ୍ରିକାର ସତ କିନ୍ତୁ ଶୁଭେଚ୍ଛା ଫ୍ରାନ୍ସ ଟିମକୁ ଦେବା କଥା କାରଣ ସେମାନେ ଫ୍ରାନ୍ସ ପକ୍ଷରୁ ଖେଳୁଥିଲେ । ଦେଖନ୍ତୁ ଟୁଇଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More