Only for Entertainment

ବୟସ ଗଡ଼ିବାକୁ ନେଇ ଟ୍ୱିଟରରେ ଯନ୍ତ୍ରଣା ପ୍ରକାଶ କଲେ ଅମିତାଭ ବଚ୍ଚନ, ଲେଖିଲେ ଏହିକଥା ସବୁବେଳେ ଅବଶୋଷ ରହିଯିବ ।

ndtv
31

ନିଃସନ୍ଦେହ ଭାବରେ କହିପାରିବା ଯେ ବୟସ ଗଡ଼ିବା ସହିତ ବିଗ ବି ଅମିତାଭ ବଚ୍ଚନ ଡ୍ୟାସିଂ ଲାଗୁଛନ୍ତି ଏବଂ ମୋଷ୍ଟ ୱାଂଟେଡ ଆକ୍ଟର ମଧ୍ୟ ହୋଇ ସାରିଛନ୍ତି । କିନ୍ତୁ ନିକଟରେ ସେ ଟ୍ୱିଟରରେ ଏଭଳି କିଛି ଟ୍ୱିଟ କରିଛନ୍ତି ଯାହାକୁ ପଢିଲେ ଆପଣ ମଧ୍ୟ କଷ୍ଟ ଅନୁଭବ କରିବେ । ଟ୍ୱିଟରରେ ଅମିତାଭ ବୟସ ବଢିବାକୁ ନେଇ ଯନ୍ତ୍ରଣା ଅନୁଭବ କରିଥିବା କଥା ଲେଖିଛନ୍ତି । ଯାହା ଖୁବ ଭାଇରାଲ ହେଉଛି । ଏହା ସହିତ ଅମିତାଭ ବଚ୍ଚନ କରିଥିବା ଅନ୍ୟ କେତେକ ଟ୍ୱିଟ ମଧ୍ୟ ଆପଣ ପଢନ୍ତୁ ।

ନିକଟରେ ବିଗ ବି ତାପସୀ ପନ୍ନୁଙ୍କ ସହିତ ଫିଲ୍ମ ବଦଲାରେ ନଜର ଆସିଥିଲେ । ଯାହାର ଫଟୋ ଖୁବ ଚମତ୍କାର । ଫିଲ୍ମ ଶାହାରୁଖଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଇଛି । ତେବେ କହିରଖୁଛୁଯେ ବିଗବି ଟ୍ୱିଟ କରି ଲେଖିଛନ୍ତିଯେ ବୟସ ଗଡ଼ିବା ସହିତ ଏକ ଅବଶୋଷ ରହୁଛିଯେ ତୁ କହୁଥିବା ଲୋକ କମ ହୋଇ ଯାଉଛନ୍ତି । ନିହାତି ଭାବରେ ବୟସ ଗଡ଼ିବାକୁ ନେଇ ଭାବବିହ୍ୱଳ ହୋଇ ଯାଇଛନ୍ତି ଅମିତାଭ ।

କେବଳ ସେତିକି ନୁହେଁ ଏହା ସହିତ ଲେଖିଛନ୍ତି ପରିବାରର ହାତ ଧରି ଚାଲ ଲୋକଙ୍କ ଗୋଡ଼ ଧରିବାର ସମୟ ଆସିବ ନାହିଁ । ଆର୍ଥିକ ସ୍ଥିତି ଯେତେ ଦୃଢ ହେଲେ ମଧ୍ୟ ଆନନ୍ଦ ମାନସିକ ସ୍ଥିତି ଉପରେ ନିର୍ଭର କରେ । ସଫଳତା କ୍ଷେତ୍ରରେ ଖରା ଖୁବ କାମରେ ଆସିଲା ଛାଇ ଯଦି ଥାଆନ୍ତା କେବେ ଠାରୁ ଶୋଇ ପଡ଼ିଥାନ୍ତି ।

ବୟସର ଅପରାହ୍ନରେ ଏଭଳି ପରିପକ୍ୱ କଥା ଅମିତାଭ ବଚ୍ଚନ ଯେଭଳି ଟ୍ୱିଟ କରିଛନ୍ତି ନିହାତି ଭାବରେ କଷ୍ଟ ଅନୁଭବ ହେବ ।

ଅମିତାଭଙ୍କ ବୟସ ୭୬ ବର୍ଷ ଏବଂ ଆଜି ମଧ୍ୟ ଅଭିନୟରେ ଯାଦୁ ଦେଖାଉଛନ୍ତି ଏହି ପ୍ରସିଦ୍ଧ ତାରକା । ସମସ୍ତଙ୍କ ପ୍ରେମ ଏବଂ ଭଲପାଇବାକୁ ସାଥିରେ ନେଇ ମାଡ଼ି ଚାଲିଛନ୍ତି ଦୂର ଦିଗନ୍ତକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More