Only for Entertainment

ପରଦାକୁ ଆସୁଛି ଅମିତାଭଙ୍କର ଚର୍ଚ୍ଚିତ ଫିଲ୍ମ !

scroll
0 60

୭୫ବର୍ଷୀୟ ଅମିତାଭ ବଚ୍ଚନ ହିନ୍ଦୀ ଫିଲ୍ମ ନଗରୀର ସବୁଠାରୁ ବଡ ସୁପରଷ୍ଟାର ଅଟନ୍ତି । ଅମିତାଭ ଏହି ବୟସରେ ମଧ୍ୟ ବଲିଉଡର ସବୁଠାରୁ ବ୍ୟସ୍ତ କଳାକାରଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ଅମିତାଭ ବଚ୍ଚନଙ୍କ ଦୁଇଟି ଫିଲ୍ମ ଏବେ ଚର୍ଚ୍ଚାରେ ରହିଥିବା ଖବର ମିଳିଛି । ଏହି  ଫିଲ୍ମ ହେଉଛି ୧୦୨ନଟ ଆଉଟ ଏବଂ ଠଗ୍ସ ଅଫ ହିନ୍ଦୁସ୍ତାନ ଅଟେ । ୧୦୨ ନଟ ଆଉଟ ପ୍ରସ୍ତୁ୍ତ ହୋଇସାରିଲାଣି ମାତ୍ର ଏବେ ଅମିତାଭ ଠଗ୍ସ ଅଫ ହିନ୍ଦୁସ୍ତାନ ଫିଲ୍ମ କ୍ଲାଇମାକ୍ସର ସୁଟିଂ ଚାଲିଛି । ଏହି ଫିଲ୍ମର କ୍ଲାଇମାକ୍ସ ଅମିତାଭଙ୍କ ସହ ଯୋଦ୍ଧପୁରରେ ଚାଲିଛି । ଆସନ୍ତୁ ଜାଣିବା ଅମିତାଭଙ୍କ ଏହି ଦ୍ୱୟ ଫିଲ୍ମ ସମ୍ବନ୍ଧରେ..

ଉମେଶ ଶୁକ୍ଳାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୦୨ନଟ ଆଉଟ, ୧୦୨ବର୍ଷୀୟ ବ୍ୟକ୍ତିର କାହାଣୀ ଉପରେ ଆଧାରିତ । ଫିଲ୍ମରେ ଅମିତାଭ ବଚ୍ଚନ ୧୦୨ ବର୍ଷୀୟ ବୟସ୍କ ବ୍ୟକ୍ତିର ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଋଷି କାପୁର ୭୫ବୟସ୍କ ଅମିତାଭଙ୍କ ପୁଅର ଅଭିନୟ କରୁଥିବା ଦେଖିବାକୁ ମିଳିବେ । ଏହି ଫିଲ୍ମ ମେ ମାସ ୪ତାରିଖରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More