Only for Entertainment

‘ଆଭେଞ୍ଜର୍ସ’ ଉପରେ ଅମିତାଭ ରଖିଲେ ମତ, କହିଲେ ଖରାପ ଭାବିବନି…କିଛି ବୁଝି ହେଲାନି

AajTak
0 37

ଭାରତରେ ୨୦୦ କୋଟି ଆୟ କରିଥିବା ପ୍ରଥମ ହଲିଉଡ ଫିଲ୍ମ ‘ଆଭେଞ୍ଜର୍ସ ଇନଫିନିଟି ୱାର’ ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ପସନ୍ଦ ଆସିନାହିଁ । ଫିଲ୍ମ ଦେଖିବା ପରେ ଅମିତାଭ ଟୁଇଟ କରି ଲେଖିଥିଲେ ‘ଆଚ୍ଛା ଭାଇ ଖରାପ ଭାବିବେନି, ଫିଲ୍ମ ଦେଖିବାକୁ ଯାଇଥିଲି ‘ଆଭେଞ୍ଜର୍ସ’… କିଛି ବୁଝି ହେଲାନି ପିକଚରରେ କ’ଣ ହେଉଛି !!!’


ବିଗ ବିଙ୍କ ଏହି ଟୁଇଟ ପରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । କେହି ତାଙ୍କୁ ଆଭେଞ୍ଜର୍ସର ଅଲଗା ପାର୍ଟ ଦେଖିବା ପାଇଁ କହିଥିବା ବେଳେ । ଆଉ କେହି ତାଙ୍କ ଫ୍ଲପ ଫିଲ୍ମର ଲିଷ୍ଟ କରି କହିଥିଲେ ଏହା ମଧ୍ୟ କାହାକୁ ବୁଝିଆସିଲାନି ।

‘ଦ ଜଙ୍ଗଲ ବୁକ’ ପରେ ଭାରତରେ ସବୁଠାରୁ ଆଧିକ ଆୟ କରିଥିବା ହଲିଉଡ ଫିଲ୍ମ ତାଲିକାରେ ‘ଆଭେଞ୍ଜର୍ସ ଇନଫିନିଟି ୱାର’ ରହିଛି । ଏହା ସହିତ ଭାରତରେ ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ପ୍ରଥମ ହଲିଉଡ ଫିଲ୍ମର ରେକର୍ଡ ମଧ୍ୟ ‘ଆଭେଞ୍ଜର୍ସ’ ନାମରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More