Only for Entertainment

ସହିଦଙ୍କ ପରିବାର ଏବଂ କୃଷକଙ୍କୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ଅମିତାଭ ବଚ୍ଚନ, ଟ୍ୱିଟ କରି କଲେ ଦେଲେ ସୂଚନା

DNA India
0 41

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ଅଭିନୟପାଇଁ ତ ପୁଣି କେତେବେଳେ ନିଜର ସାମାଜିକ କାର୍ଯ୍ୟକୁ ନେଇ । ଏବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ୨ କୋଟି ଟଙ୍କା ଦାନ କରିବେ ବୋଲି ଜଣାଯାଇଛି। ଏହା ବିଷୟରେ ଅଭିନେତା ଟୁଇଟ କରି ସୂଚନା ଦେଇଥିଲେ । ଏହି ସମ୍ପର୍କରେ ପ୍ରକାଶ ପାଇଥିବା କିଛି ଖବର ସେୟାର କରି ଅମିତାଭ କହିଥିଲେ, ‘ହଁ ମୁଁ ଏପରି କରିପାରେ ଏବଂ ମୁଁ ଏହା କରିବି ।’


ସେ ଏଥିମଧ୍ୟରୁ ୧ କୋଟି ଟଙ୍କା ସହିଦଙ୍କ ବିଧବା ପତ୍ନୀ ଏବଂ ୧ କୋଟି ଟଙ୍କା ଗରିବ କୃଷକ ପରିବାରଙ୍କୁ ପ୍ରଦାନ କରିବେ । ଏଥିଲାଗି ସେ ଏନ୍ ଜି ଓମାନଙ୍କ ସହ ଯୋଗାଯୋଗ କରିଛନ୍ତି। ଯେଉଁ ସଂସ୍ଥା ତାଙ୍କ ପ୍ରଦତ୍ତ ଅର୍ଥ ସଠିକ୍ ଲୋକଙ୍କ ପାଖରେ ପହଞ୍ଚାଇବ ତାହା ଜରିଆରେ ଏହି ଅର୍ଥ ବିନିଯୋଗ କରିବେ ଅମିତାଭ ବୋଲି ସୂଚନା ମିଳିଛି।

କୃଷକମାନଙ୍କ ଋଣ ପଇଠ ଲାଗି ସେ ଏହି ଅର୍ଥ ବିନିଯୋଗ କରିବେ ବୋଲି କୁହାଯାଉଛି। ତେବେ ଏ ସଂପର୍କରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଅଧିକ ସୂଚନା ଦେଇ ନାହାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More