Only for Entertainment

ବୋହୁ ଐଶଙ୍କ ଆଖିର ପ୍ରଶଂସା କରିବା ବଢାଇଲା ଶୋ’ର ଟିଆରପି, ଚର୍ଚ୍ଚାରେ ବିଗ୍ ବି

india TODAY
44

ବଲିଉଡରେ ବିଗ ବିଙ୍କ ପରିବାର ସମସ୍ତଙ୍କ ଠାରୁ ଭିନ୍ନ । ନିଜ ପରିବାରକୁ ଏକ ଭିନ୍ନ ସୂତାଖିଅରେ ବାନ୍ଧି ରଖିଛନ୍ତି ଅମିତାଭ । ତାଙ୍କ ନିକଟରେ ଥିବା ପ୍ରତ୍ୟେକଟି ନିଆରା ଟ୍ୟାଲେଂଟ ପାଇଁ ତାଙ୍କୁ ସମସ୍ତେ ଯଥେଷ୍ଟ ସମ୍ମାନ ଦିଅନ୍ତି । ତେବେ ଏବେ ଏକ ଶୋ’ରେ ଅମିତାଭଙ୍କୁ ନେଇ ହୋଇଥିବା ଏକ ଘଟଣା ଶୋ’ର ଟିଆରପି ବଢାଉଛି ।ସୋନି ଟିଭିରେ ପ୍ରସାରିତ ହେଉଥିବା କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତି ଏବେ ଟିଆର୍‌ପି ସୂଚୀରେ ରାଜ୍‌ କରୁଛି । ଲଗାତାର ନମ୍ବର ୪ରେ ରହି ଆସୁଥିବା ଏହି ସୋ’ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ ବାଟ ଆପଣାଉଥିବା ଦେଖାଯାଉଛି । ଅନେକ ସମୟରେ ପ୍ରତିଯୋଗୀମାନଙ୍କର ବ୍ୟକ୍ତିଗତ ଜୀବନର କାହାଣୀ ସୋ’କୁ ଚର୍ଚ୍ଚିତ କରାଉଛି ତ ବେଳେ ବେଳେ ବିଗ୍‌ ବିଙ୍କ ଖୁଲାସା ସୋ’ର ଟିଆର୍‌ପିକୁ ବଢ଼ାଉଛି । ଏବେ ଜଣେ ପ୍ରତିଯୋଗୀ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଆଖିକୁ ପ୍ରଶଂସା କରିବାକୁ ନେଇ ସୋ’ଟି ଚର୍ଚ୍ଚାରେ ରହିଛି ।

 

ସୂଚନା ମୁତାବକ, ସୋ’କୁ ଆସିଥିବା ଜଣେ ପ୍ରତିଯୋଗୀ ବିଗ୍‌ ବିଙ୍କ ଆଗରେ ତାଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଖିକୁ ପ୍ରଶଂସା କରିଥିଲେ । ପ୍ରତିଯୋଗୀ କହିଥିଲେ କି, ତାଙ୍କ ଆଖିକୁ ମୁଁ ବହୁତ ଭଲ ପାଏ । ତାଙ୍କ ଆଖି ସମସ୍ତଙ୍କଠାରୁ ଭିନ୍ନ, ଯାହା ବହୁତ କିଛି କହିଥାଏ । ପ୍ରତିଯୋଗୀଙ୍କ ଏଭଳି କଥା ଶୁଣି ବିଗ୍‌ ବି କିଛି ସମୟ ଚୁପ୍‌ ରହିବା ସହ କହିଥିଲେ କି, ଯଦି ତୁମେ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ି ମୋ ଆଖିର ପ୍ରଶଂସା କରିଥାନ୍ତ, ତେବେ ମୁଁ ଅଧିକ ଖୁସି ହୋଇଥାନ୍ତି । ବିଗ୍‌ ବିଙ୍କ ଏଭଳି ପ୍ରତିକ୍ରିୟା ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More