Only for Entertainment

ଅମରିଶ୍ ପୁରୀଙ୍କ ଜନ୍ମବାର୍ଷିକୀରେ ଡୁଡୁଲ୍ କରି ମନେ ପକାଇଲା ଗୁଗୁଲ୍ !

zee news
23

ବଲିଉଡ୍ ର ଚର୍ଚ୍ଚିତ ଚେହେରା ତଥା ଅଭିନେତା ଅମରିଶ୍ ପୁରୀଙ୍କ ଆଜି ହେଉଛି ଜନ୍ମବାର୍ଷିକୀ । ଗୁଗୁଲ୍ ଡୁଡଲ୍ କରି ତାଙ୍କୁ ମନେ ପକାଇଛି । ଅମରେଶଙ୍କ ଅଭିନୀତ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଲୁକ୍‌କୁ ନେଇ ଡୁଡୁଲ କରିଛି ଗୁଗଲ। ଫିଲ୍ମରେ ଅମରେଶ କାଜୋଲଙ୍କ ବାପା ଚୌଧୁରୀ ବଳଦେବ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କର ‘ଜା ସିମରନ୍‌ ଜା, ଜିଲେ ଅପନି ଜିନ୍ଦେଗୀ’ ଡାଇଲଗ୍‌ ବେଶ୍‌ ଲୋକପ୍ରିୟ ହୋଇଥିଲା।

ଆପଣଙ୍କୁ କହିରଖୁଛୁ ଅମରିସ୍ ପୁରୀ ଭାରତୀୟ ସିନେମାର ସବୁଠାରୁ ପ୍ରତିଭାଶାଳୀ ଅଭିନେତାଙ୍କ ମଧ୍ୟରୁ ଜଣେ । ୨୨ ଜୁନ୍ ୧୯୩୨ ରେ ପଞ୍ଜାବର ଜଳନ୍ଧରରେ ଜନ୍ମ ହୋଇଥିବା ପ୍ରତିଭାଶାଳୀ ଅଭିନେତା ଅମରିଶ୍ ପୁରୀ ୧୯୬୭ ରେ ପ୍ରଥମ ମରାଠି ସିନେମା “ଶନ୍ତତୁ ! କୋର୍ଟ ଚାଲୁ ଆହେ” ରେ ନଜର ଆସିଥିଲେ । ବଲିଉଡରେ ସେ ୧୯୭୧ ମସିହାରେ “ରେଶମା ଓର୍ ସେରା” ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ ।

ଦର୍ଶକଙ୍କୁ ଅମରିଶ୍ ପୁରୀ ନକାରାତ୍ମକ ଚରିତ୍ରରେ ଖୁବ୍ ପସନ୍ଦ ଆସିଥିଲେ । ମିଷ୍ଟର ଇଣ୍ଡିଆ,କରଣ-ଅର୍ଜ୍ଜୁନ୍ ,ଗଦ୍ଦର ,ନାୟକ ,ଦାମିନୀ ,ତେହଲକା ,ବିଶ୍ୱାତ୍ମା ଭଳି ସୁପରହିଟ୍ ସିନେମାରେ ନେଗେଟିଭ୍ ରୋଲ୍ କରି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରାଇଛନ୍ତି ଏହି କଳାକାର । ଅମରେଶ ପୁରୀ ଏପରି ଜଣେ ଖଳନାୟକ ଥିଲେ ଯେ ନାୟକଙ୍କ ଠାରୁ ମଧ୍ୟ ଖୁବ ଚର୍ଚ୍ଚିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More