Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମୀ ଜ୍ୟାକସନଙ୍କ ଏହି ବେବି ବମ୍ପ ଫଟୋ, କହିଲେ- ୩୩ ସପ୍ତାହ ପ୍ରେଗ୍ନେଂସୀ ପରେ…

latestly
198

ଅଭିନେତ୍ରୀ ଏମୀ ଜ୍ୟାକସନ ସୋସିଆଲ ମିଡିଆରେ ପୁଣିଥରେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ଛାଇ ରହିଛନ୍ତି । ୭ ମାସର ଗର୍ଭିବତୀ ଏମୀ ସୋସିଆଲ ମିଡିଆରେ ନିଜ ବୋବପି ବମ୍ପ ସହିତ ଏକ ଟପଲେସ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଏମୀ ଏକ ବଡ କ୍ୟାପ ସହିତ ସେମୀ ନ୍ୟୁଡ ଅନ୍ଦାଜରେ ନଜର ଆସିଛନ୍ତି ।

ଫଟୋ ପୋଷ୍ଟ କରି ଏମୀ କ୍ୟାପସନରେ ଲେଖିଛନ୍ତି, ‘ଗ୍ରୀସ ? ନୁହେଁ, ମୁଁ ଏଂବଂ ମୋ ବେବି ନିଜ ଗାର୍ଡନରେ ସମୟ ବିତାଉଛୁ । ବେବିର ଆସିବାକବୁ ଅପେକ୍ଷା କରି ରହିଛି । ଏହାର ପ୍ରେଗ୍ନେଂସୀର ୩୩ ସପ୍ତାହ । ଏହା ମଧ୍ୟରେ ମୋ ଓଜନ ବଢିଯାଇଛି । ଷ୍ଟ୍ରେଚ ମାର୍କ ଆସିଯାଇଛି ଏବଂ ବହୁତ କିଛି ପରିବର୍ତ୍ତନ ହୋଇଛି ।’

 

ଏମୀଙ୍କ ଏହି ଫଟୋ ଦେଖିବା ପରେ କିଛି ଲୋକ ତାଙ୍କର ପ୍ରଶଂସା କରିଥିବା ବେଳେ ଅନ୍ୟ କେତେକ ଏମୀଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର ଟ୍ରୋଲ କରି ଲେଖିଛନ୍ତି, ‘ଆପଣ ଏତେ ବଡ କ୍ୟାପ ଯଦି ପିନ୍ଧିପାରୁଛନ୍ତି ତେବେ ପୋଷାକ କାହିଁକି ନୁହେଁ ?’ ଏହି ଭଳି ଭିନ୍ନ ଭିନ୍ନ କମେଣ୍ଟ ଆସିବାରେ ଲାଗିଛି ।

ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଏମୀ ନିଜ ବେବି ବମ୍ପ ସହିତ ଫଟୋ ସେୟାର କରିଛନ୍ତି । ଏହା ପୂର୍ବରୁ ମଧ୍ୟରେ ଅନେକ ଅନ୍ଦାଜରେ ଫଟୋ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More