Only for Entertainment

ରିୟଲିଟି ଶୋ’ର ପ୍ରତିଯୋଗୀଙ୍କ ପାଇଁ ଆମେରିକାରୁ ସନ୍ଦେଶ ପଠାଇଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ।

DNA India
39

ଜୀବନ ଲଢେଇରେ ସଂଗ୍ରାମ କରୁଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥରେ ସେ ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ ପ୍ରତିଯୋଗୀଙ୍କ ମନବଳ ଦୃଢ କରିବା ସହ ଭାବବିହ୍ୱଳ ସନ୍ଦେଶ ଦେଇଛନ୍ତି । ନିଜ ଇନଷ୍ଟାଗ୍ରାମରେ ସେ ଏକ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି । ରିଏଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ ଫାଇନାଲିଷ୍ଟଙ୍କ ପାଇଁ ଏହି ଭିଡିଓ ସନ୍ଦେଶ ଦେଇଛନ୍ତି ସୋନାଲି ।

ସେ ସମସ୍ତ ଫାଇନାଲ ରାଉଣ୍ଡ ପ୍ରତିଯୋଗୀଙ୍କୁ କହିଛନ୍ତି, ଏଠାରେ କିଏ ଜିତିବ, କିଏ ହାରିବ ଏହା ନିଶ୍ଚିତ । ହେଲେ ସମସ୍ତଙ୍କର ସ୍ୱତନ୍ତ୍ରତା ରହିଛି ଓ ସମସ୍ତେ ସମସ୍ତଙ୍କ ଠାରୁ ଅଲଗା । ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ ପ୍ରତିଯୋଗିତାରେ ଭାଗ ନେଇ ଯେଉଁ ଅଭିଜ୍ଞତା ଆସିଛି ତାହା ଆଗାମୀ ଦିନରେ କାମରେ ଆସିବ ବୋଲି କହିଛନ୍ତି ସୋନାଲି । ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ର ଫିନାଲେ ଆସନ୍ତା ରବିବାର ହେବ । ହେଲେ ଚିକିତ୍ସିତ ହେଉଥିବା ସୋନାଲି ଫିନାଲେ ସୋରେ ସାମିଲ ହେଉନଥିଲେ ବି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି ।

 

ଭିଡିଓ ସନ୍ଦେଶରେ ଫାଇନାଲିଷ୍ଟଙ୍କୁ ଉତ୍ସାହିତ କରିଥିବାରୁ ସମସ୍ତେ ସୋନାଲିଙ୍କୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଏହି ରିଏଲିଟି ଶୋ’ରେ ବିଚାରପତି ଭାବେ ବିବେକ ଓବରାଏ, ଓମଙ୍ଗ କୁମାରଙ୍କ ସହ ସୋନାଲି ଜଜ୍ ରହୁଥିଲେ । ହେଲେ କ୍ୟାନସର ପୀଡିତ ଜାଣିବା ପରେ ସୋନାଲି ବେନ୍ଦ୍ରେ ଶୋ ରୁ ଦୁରେଇ ଯାଇଥିଲେ । ଏବେ ସୋନାଲିଙ୍କ ସ୍ଥାନରେ ଅଭିନେତ୍ରୀ ହୁମା କ୍ୱୁରେସୀ ଶୋ କୁ ଜଜ୍ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More