Only for Entertainment

କ୍ୟାମେରାରେ କଏଦ ହେଲା ପତି ଆନନ୍ଦ ସୋନମଙ୍କ ଜୋତାର ଲେସ ବାନ୍ଧୁଥିବା ଫଟୋ ।

bollywood tadka
36

ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଯୋଡ଼ି ଖୁବ ଚର୍ଚ୍ଚାରେ ରହିଥାଏ । ଦୁଇଜଣଙ୍କମଧ୍ୟରେ ଖୁବ ଭଲପାଇବା ଥିବା ଦେଖିବାକୁ ମିଳେ । ଆନନ୍ଦ ବଲିଉଡରେ କାମ କରନ୍ତି ନାହିଁ ତଥାପି ଫଟୋଗ୍ରାଫର ତାଙ୍କ ଫଟୋ କ୍ଲିକ ନ କରି ରହିପାରନ୍ତି ନାହିଁ । ନିକଟରେ ପୁଣି ସେହିଭଳି ସୋନମ ଏବଂ ଆନନ୍ଦଙ୍କ କିଛି ଫଟୋ ଭାଇରାଲ ହେଉଛି । ବାସ୍ତବରେ ଦୁଇଜଣ ରବିବାର ସଂଧ୍ୟାରେ ମୁମ୍ବାଇର ଏକ ବ୍ରାଣ୍ଡ ଲଂଚ କରିବାକୁ ଯାଇଥିଲେ । ଏହି ସମୟରେ ସୋନମ ହଳଦିଆ ରଙ୍ଗର ଆଉଟଫିଟ ପିନ୍ଧିଥିଲେ । ଅନ୍ୟ ପକ୍ଷରେ ଆନନ୍ଦ ଅଲ ବ୍ଲାକ ଲୁକରେ ନଜର ଆସିଲେ । ଏହି ଇଭେଂଟର ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ସବୁଠାରୁ ଖାସକଥା ହେଉଛି ଫଟୋରେ ଦୁଇଜଣଙ୍କ ଖାସ ବଣ୍ଡିଂ ନଜର ଆସିଛି ।

ବାସ୍ତବରେ ସେଠାରେ ସୋନମ ଏକ ସୁ ନେବା ପାଇଁ ଚାହୁଁଥିଲେ । ଯାହାକୁ ଟ୍ରାଇ କରିବା ପାଇଁ ଆନନ୍ଦ ଆଣ୍ଠୁରେ ବସି ସୋନମଙ୍କ ଜୋତାର ଲେସ ବାନ୍ଧୁଥିଲେ । ଏହି ଫଟୋ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । କେତେକ ଲୋକ ସୋନମଙ୍କୁ ଏଭଳି ପାର୍ଟନର ବାଛିଥିବାରୁ ପ୍ରଶଂସା କରୁଛନ୍ତି ।

 

କହିରଖୁଛୁଯେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆନନ୍ଦ ଲୋକଙ୍କ ହୃଦୟ ଜିତିଛନ୍ତି, ଏହା ପୂର୍ବରୁ ମଧ୍ୟ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆନନ୍ଦ ସବୁବେଳେ ଲୋକଙ୍କୁ ଇମ୍ପ୍ରେଣ କରିଦିଅନ୍ତି । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସୋନମ ଶେଷ ଥର ପାଇଁ ଫିଲ୍ମ ଏକ ଲଡ଼କୀ କୋ ଦେଖା ତୋ ଏସା ଲଗାରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ସହିତ ନଜର ଆସିଥିଲେ ତାଙ୍କବାପା ଅନିଲ କପୁର । ଏହା ସହିତ ମୁଖ୍ୟ ଚରିତ୍ରରେ ରାଜକୁମାର ରାଓ ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More