Only for Entertainment

‘ସୁପର ୩୦’ର ଟ୍ରେଲର ଦେଖି କାନ୍ଦି ପକାଇଲେ ଆନନ୍ଦ କୁମାରଙ୍କ ପରିବାର, ଟ୍ୱିଟ କରି କହିଲେ…

Zee News
40

ପଟନାର ଚର୍ଚ୍ଚିତ ଶିକ୍ଷାସଂସ୍ଥା ‘ସୁପର ୩୦’ର ସଂସ୍ଥାପକ ଆନନ୍ଦ କୁମାର ଉପରେ ନିର୍ମିତ ହୋଇଥିବା ବାୟୋପିକ୍ ‘ସୁପର ୩୦’ର ଟ୍ରେଲର ରିଲିଜ୍‍ ହୋଇଯାଇଛି । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିକାଶ ବେହେଲ । ଏହି ଫିଲ୍ମର ରିଲିଜ ଜୁଲାଇ ୧୨ରେ ହେବ । ଏହି ଫିଲ୍ମର ଟ୍ରେଲର ଦେଖିଲେ ଲାଗୁଛି କି, ହ୍ରିତିକ ରୋଶନଙ୍କ ଦୁଇ ବର୍ଷର କଠିନ ପରିଶ୍ରମ ବକ୍ସ ଅଫିସରେ ତାଙ୍କୁ ସଫଳତା ଦେଇପାରେ ।

ଏହି ଫିଲ୍ମ ଜଣେ ଗରିବ ପିଲାର କାହାଣୀ । ଯାହା ପାଖରେ ଦିନେ ପାଠ ପଢିବା ପାଇଁ ଟଙ୍କା ନଥିବା ବେଳେ ଆଜି ତାଙ୍କ ପାଖରୁ ପାଠ ପଢିଥିବା ପିଲା ଆଇଆଇଟିରେ ଶତ ପ୍ରତିଶତ ନମ୍ବର ରଖି ପାସ କରୁଛନ୍ତି । ସେ ଛୋଟ ବେଳେ ଦିନରେ ମା’ଙ୍କ ସହିତ ପାମ୍ପଡ ତିଆରି କରୁଥିଲା ଓ ରାତିରେ ପାଠ ପଢୁଥିଲା । ଆଜି ସେ ଜଣେ ବ୍ରାଣ୍ଡ ଭାବେ ପରିଚିତ । ସୁପର ୩୦ର ଟ୍ରେଲର ରିଲିଜ ହେବା ପରେ ଏହାକୁ ଆନନ୍ଦ କୁମାର ତାଙ୍କ ପୁରା ପରିବାର ସହିତ ଦେଖିଥିଲେ । ନିଜ କଠିନ ପରିଶ୍ରମର ଯାତ୍ରାକୁ ଫିଲ୍ମ ରୂପରେ ଦେଖି ଆନନ୍ଦଙ୍କ ପୁରା ପରିବାର କାନ୍ଦି ପକାଇଥିଲା । ଆନନ୍ଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୁରା ପରିବାର ଫିଲ୍ମର ଟ୍ରେଲର ଦେଖୁଥିବା ସମୟର ଏକ ଫଟୋ ସେୟାର କରିଥିଲେ । ଏହା ସହିତ ଭାବୁକ ହୋଇ ଆନନ୍ଦ ଏକ ମେସେଜ ମଧ୍ୟ ଲେଖିଥିଲେ ।

ଏହି ଫିଲ୍ମ ନିର୍ମାଣ ସମୟରୁ ଖୁବ ଚର୍ଚ୍ଚାରେ ରହିଛି । ଗତବର୍ଷ ଗୁରୁ ଦିବସ ଅବସରରେ ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଗୁଗୁଲର ଟପ୍ ଟ୍ରେଣ୍ଡସରେ ମଧ୍ୟ ସାମିଲ କରାଯାଇଥିଲା । ଗୁଗୁଲ ଏହାର ଉପଲବ୍ଧିକୁ ମାନ୍ୟତା ଦେଇ ‘ସୁପର ୩୦’ ଉପରେ ଏକ ସର୍ଟ ଭିଡିଓ ମଧ୍ୟ ପ୍ରସ୍ତୁତି କରିଥିଲା । ଏହି ଫିଲ୍ମ ପାଇଁ ହ୍ରିତିକ ରୋଶନ ଦିର୍ଘ ଦୁଇ ବର୍ଷ କଠିନ ପରିଶ୍ରମ କରିବା ସହିତ ବିହାରୀ କହିବା ସିଖୁଥିଲେ । ଏହି ଫିଲ୍ମ କାରଣରୁ ହ୍ରିତିକ ଗୁଗୁଲର ଟପ ସର୍ଚ୍ଚରେ ମଧ୍ୟ ଆଗରେ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More