Only for Entertainment

ଚୁଲିରେ ଇଡଲି ବନାଇ ୧ଟଙ୍କା ମୂଲ୍ୟରେ ବିକୁଥିଲେ ବୃଦ୍ଧା ମହିଳା, ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରିବାରୁ ଘଟିଲା କିଛି ଏଭଳି !

271

ନିଜର ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଜଣେ ସଫଳ ଶିଳ୍ପପତି ହେବା ସହ ସେ ସବୁ ବେଳେ ଲୋକଙ୍କ ଭିନ୍ନ ଭିନ୍ନ ଜ୍ଞାନକୌଶଳକୁ ସାମ୍ନାକୁ ଆଣିଥାନ୍ତି । ପୂର୍ବରୁ ତାଙ୍କର ଅନେକ ଟୁଇଟ୍‌ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ସେ କରିଥିବା ଆଉ ଏକ ଟୁଇଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, କିଛି ଦିନ ତଳେ କୋଏମ୍ବାଟୁରରେ ଜଣେ ଇଡ୍‌ଲି ଦାଦୀଙ୍କ କାହାଣୀ ସାମ୍ନାକୁ ଆସିଥିଲା । ଆଜି କାଲି ପ୍ରତି ଜିନିଷର ଦର ଦାମ ବୃଦ୍ଧି ହେଉଥିଲେ ମଧ୍ୟ ବୃଦ୍ଧାଜଣଙ୍କ ଗରିବ ଲୋକଙ୍କ ପାଇଁ ପ୍ରତିଦିନ ଇଡ୍‌ଲି ତିଆରି କରିଥାନ୍ତି । ବୟସ ୮୦ ଛୁଇଁଥିଲେ ମଧ୍ୟ ସେ ପ୍ରତିଦିନ ସକାଳୁ ଲୋକମାନଙ୍କୁ ସୁଆଦିଆ ଇଡ୍‌ଲି ଓ ସମ୍ବର ଖାଇବାକୁ ଦେଇଥାନ୍ତି । ପୂର୍ବରୁ ୫୦ପଇସାରେ ଇଡ୍‌ଲି-ସମ୍ବର ବିକୁଥିବା ବେଳେ ଏବେ ସେ ତାହାକୁ ବଢ଼ାଇ ୧ଟଙ୍କା କରିଛନ୍ତି । ଖାଇବାକୁ ପାଉ ନଥିବା ଲୋକଙ୍କୁ କମ ମୂଲ୍ୟରେ ଖାଇବାକୁ ଦେବା ଲକ୍ଷରେ ସେ ଏଭଳି କରୁଥିବା କହିଥିଲେ ।

ତେବେ ବୃଦ୍ଧାଙ୍କ କାହାଣୀ ବିଷୟରେ ଜାଣି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ବ୍ୟବସାୟରେ ନିବେଶ କରିବାର ଇଚ୍ଛା ଜାହିର କରିଥିଲେ । ଟୁଇଟ୍‌ କରି, ଦାଦୀଙ୍କ ବ୍ୟବସାୟରେ ନିବେଶ କରିବା କଥା କହିବା ସହ ତାଙ୍କୁ ଏକ ଏଲ୍‌ପିଜି ଇନ୍ଧନ ଚୁଲା କିଣି ଦେବା କଥା ମଧ୍ୟ କହିଥିଲେ । ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ ପରେ ସରକାର ତାଙ୍କୁ ଗ୍ୟାସ କନେକ୍ସନ ଦେଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି ଯେ କମଲାଥଲଙ୍କ ଭାବନାକୁ ସଲାମ, ଖୁସି ଲାଗିଲା ଯେ ସେଠାରେ ଲୋକାଲ ଓଶମସି ଅଫିସର ଏଲପିଜି କନେକ୍ସନ ଦେବା ପାଇଁ ସାହାଯ୍ୟ କଲେ ।

ଏହାପରେ ଭାରତ ଗ୍ୟାସ କୋଏମ୍ବାଟୁର କମଲାଥଲଙ୍କୁ କନେକ୍ସନ ଦେଇ ଦେଇଥିବା ଟ୍ୱିଟ କରିଛନ୍ତି । ଏଥିରେ ସମସ୍ତେ ରିଟ୍ୱିଟ କରି ଭାରତ ଗ୍ୟାସର ଖୁବ ପ୍ରଶଂସା କରିଛନ୍ତି ଏବଂ ଆନନ୍ଦ ମହିନ୍ଦ୍ରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାପରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ ‘କମଲାଥଲ ଏଚପି ଗ୍ୟାସ ବ୍ୟବହାର କରୁଛନ୍ତି । ତାଙ୍କୁ ଭେଟ କରି ସେ କମଲାଥଲଙ୍କୁ ବର୍ନର ଦେଇଥିବା କହିଛନ୍ତି । ଏବେ ସେ ଅଧିକରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖୁଆଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More