Only for Entertainment

ଗର୍ଲଫ୍ରେଣ୍ଡ ସହିତ ସ୍ପଟ ହେଲେ ମୁକେଶ ଅମ୍ବାନୀଙ୍କ ସାନ ପୁଅ, ସାମ୍ନାକୁ ଆସିଲା ଫଟୋ

bollywood tadka
71

ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିକଟରେ ନିଜର ର‌୍ୟୁମର୍ଡ ଗର୍ଲଫ୍ରେଣ୍ଡ ରାଧିକା ମର୍ଚେଣ୍ଟଙ୍କ ସହିତ ସ୍ପଟ ହୋଇଛନ୍ତି । ଏହି ସମୟରେ ଅନନ୍ତ ଆଗରେ ଆଗରେ ଚାଲିଥିବା ବେଳେ ରାଧିକା ତାଙ୍କ ପଛରେ ନଜର ଆସିଥିଲେ । ଏହି ଫଟୋରେ ଦୁହେଁ ଖୁବ ସିମ୍ପଲ ଅନ୍ଦାଜରେ ନଜର ଆସିଥିଲେ ।

 

ରାଧିକା ସିମ୍ପଲ ସୁଟରେ ନଜର ଆସିଥିବା ବେଳେ ଅନନ୍ତ ଅମ୍ବାନୀ ବ୍ଲାକ ପ୍ୟାଣ୍ଟ ହ୍ୱାଇଟ ସାର୍ଟରେ ନଜର ଆସିଥିଲେ । ଏହି କୋଟିପତି କପଲଙ୍କ ପଛରେ ଗନମ୍ୟାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । କହିରକୁଛୁ ଯେ, ମିଡିଆରେ ରାଧିକା ଅମ୍ବାନୀ ପରିବାରର ଛୋଟ ବୋହୂ ଭାବେ ବେଶ ଚର୍ଚ୍ଚିତ ।

ରାଧିକାଙ୍କ ବିଷୟରେ କହିବାକୁ ଗଲେ ସେ ବିଜନେସମ୍ୟାନ ବିରେନ୍ଦ୍ର ମର୍ଚେଣ୍ଟଙ୍କ ଝିଅ । କହିରଖୁଛୁ ଯେ, ବିରେନ୍ଦ୍ର ଏନକୋର ହେଲ୍ଥକେୟାରର ସିଇଓ ଏବଂ ଚେୟାରମ୍ୟାନ । ରାଧିକାଙ୍କର ଏକ ଭଉଣୀ ମଧ୍ୟ ଅଛନ୍ତି । ତାଙ୍କ ନାମ ଅଂଜଳୀ । ସେ ଏହି କମ୍ପାନୀର ଡାଇରେକ୍ଟର । ରାଧିକା ନ୍ୟୁୟର୍କ ୟୁନିଭରସିଟିରେ ପଲିଟିକ୍ସ ଏବଂ ଇକୋନୋମିକ୍ସରେ ଗ୍ରାଜୁଏଟ କରିଛନ୍ତି । ଏହା ପରେ ସେ ଭାରତ ଆସି ୨୦୧୭ରେ ଇସପ୍ରାଭାରେ ସେଲ୍ସ ଏଗ୍ଜିକ୍ୟୁଟିଭ ଭାବେ କାମ କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More