Only for Entertainment

ଅନନ୍ୟା-ଶନାୟାଙ୍କ ଟ୍ରାଡିସନାଲ ଫଟୋସୁଟ, ଫଟୋରୁ ନଜର ହଟାଇ ପାରିବେ ନାହିଁ

bollywood tadka
32

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜର ଗ୍ଲାମରସ ଫଟୋକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଅନନ୍ୟା ନିଜର ବେଷ୍ଟ ଫ୍ରେଣ୍ଡ ଶନାୟା କପୁରଙ୍କ ସହିତ ଟ୍ରାଡିସନାଲ ଫଟୋସୁଟ କରାଇଛନ୍ତି । ଫଟୋସୁଟରେ ଅନନ୍ୟା ପିଙ୍କ କଲର ଲେହେଙ୍ଗାରେ ସୁନ୍ଦର ଅନ୍ଦାଜରେ ଦେଲଖିବାକୁ ମିଳିଛି । ମିନିମମ ମେକଅପ, ଷ୍ଟ୍ରେଟ କେଶରେ ଲୁକକୁ କମ୍ପଲିଟ କରିଥିଲେ ।

ସେହିପରି ଶନାୟାଙ୍କ ଲୁକ ବିଷୟରେ କହିବାକୁ ଗଲେ ସେ ପ୍ରିଣ୍ଟେଡ ଡ୍ରେସରେ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ । ଶନାୟା ଏହା ସହିତ ମିନିମମ ମେକଅପ ବିନ୍ଦି ଏବଂ ଇୟରରିଙ୍ଗ ସହିତ ଲୁକକୁ କମ୍ପଲିଟ କରିଥିଲେ ।

ଏହି ଫଟୋ ସୁଟରେ ଦୁହିଁଙ୍କୁ ଖୁବ ମସ୍ତିଭରା ଅନ୍ଦାଜରେ ଦେଖିବାକୁ ମିଳିଛି । ଦୁହିଁଙ୍କ ଫଟୋ ସୁଟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶନାୟା କପୁର ଏବଂ ଅନନ୍ୟାଙ୍କ ଫଟୋକୁ ସଂଜୟ କପୁର ଏବଂ ମହିପ କପୁର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ସଂଜୟ ଏହି ଫଟୋକୁ ସେୟାର କରି ଲେଖିଥିଲେ ପ୍ରିଟି ମ୍ୟାଡ ଗର୍ଲସ । ଫ୍ୟାନ୍ସଙ୍କୁ ଦୁହିଁଙ୍କ ଫଟୋ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More