Only for Entertainment

‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ ସେଟରେ ଘଟିଲା ଦୁର୍ଘଟଣା, ଅଲ୍ପକେ ବର୍ତ୍ତିଲେ ଅନନ୍ୟା ପାଣ୍ଡେ

Turantkhabar
0 59

ଆପଣ ତ ଏହା ଜାଣିଥିବେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଅନନ୍ୟା ଏବେ ମସୁରୀରେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଖବର ଅନୁସାରେ କିଛି ଦିନ ପୂର୍ବେ ଅଭିନେତ୍ରୀ ଅନନ୍ୟା ସୁଟିଂ ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଅନନ୍ୟା ଅଳ୍ପକେ ବର୍ତ୍ତି ଯାଇଥିବା ଶୁଣିବାକୁ ମିଳିଛି ।

ananya-pandey

ସୂଚନା ଅନୁସାରେ ଏକ ସିନ କରିବା ପାଇଁ ଅନନ୍ୟା ଡ୍ରାଇଭ କରିବାର ଥିଲା । କିନ୍ତୁ ହଠାତ ଗାଡିକୁ ସେ କଣ୍ଟ୍ରୋଲ କରିପାରିଲେ ନାହିଁ ଏବଂ ଗାଡି ଯାଇ ଗଛରେ ଧକ୍କା ଦେଇଥିଲା । କିନ୍ତୁ ଏତେ ଭଲ ଭାବେ ଡ୍ରାଇଭ କରିପାରୁଥିବା ଅନନ୍ୟାଙ୍କ ସହିତ ଏହା କିପରି ହେଲା ତାହା ସେଠାରେ ଉପସ୍ଥିତ ସମସ୍ତ ମେମ୍ବରଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।
ଏବେ ଅନନ୍ୟା ସଂପୂର୍ଣ୍ଣ ଭାବେ ଠିକ ଥିବା ଖବର ମିଳିଛି । ଆଗକୁ ଯେପରି ଏହିଭଳି ଦୁର୍ଘଟଣା ନ ହୁଏ ସେଥିପାଇଁ ଏକ ସ୍ପେଶାଲ ଟିମକୁ ଧ୍ୟାନ ରଖିବା ପାଇଁ ଟିମରେ ସାମିଲ କରାଯାଇଛି ।

anaaya-

କହିରଖିୁଛୁ ଯେ ଫିଲ୍ମରେ ଅନନ୍ୟାଙ୍କ ବ୍ୟତିତ ଟାଇଗର ଶ୍ରଫ ଏବଂ ତାରା ସୁତାରିଆ ନଜର ଆସିବେ । ଫିଲ୍ମକୁ ପୁନୀତ ମଲହୋତ୍ରା ନିର୍ଦ୍ଦେଶନା ଦେଉଛନ୍ତି । ଆଶା କରାଯାଉଛି ଯେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ପରି ଏହି ଫିଲ୍ମ ମଧ୍ୟ ହିଟ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More