Only for Entertainment

ବରୁଣଙ୍କ ସହ ଲଭ ସିନ କରିବାକୁ ଚାହାନ୍ତି ଅନନ୍ୟା !

36

ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ କିଛି ଦିନ ହେବ ଚର୍ଚ୍ଚା ସାଉଂଟୁଛନ୍ତି । ଖବର ମୁତାବକ ଅନନ୍ୟା ପାଣ୍ଡେ, ବରୁଣ ଧୱନଙ୍କ ସହ ଲଭ ସିନ କରିବାକୁ ଚାହୁଁଛନ୍ତି । ଅନନ୍ୟା ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର୨’ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଅନନ୍ୟା ଏବେ ଆଉ ଏକ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି ଏବଂ ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ କାର୍ତ୍ତିକ ଆର‌୍ୟନ ।

ଅନନ୍ୟା କହିଛନ୍ତି ଯେ ବରୁଣ ହେଉଛନ୍ତି ତାଙ୍କ କ୍ରଶ, ଏହାସହ ସେ କହିଛନ୍ତି ଯେ ବରୁଣଙ୍କ ବ୍ୟତୀତ ଆହୁରି ମଧ୍ୟ ଅନେକ କ୍ରଶ ଅଛନ୍ତି । କିନ୍ତୁ ସମସ୍ତଙ୍କ ମଧ୍ୟରୁ ବରୁଣ ତାଙ୍କୁ ଟିକେ ଅଧିକ ପସନ୍ଦ । ଏହାପରେ ସେ କହିଛନ୍ତି ଯେ ଯଦି କେବେ ଫିଲ୍ମରେ ତାଙ୍କୁ ଷ୍ଟିମି ସିନ ବାଛିବାକୁ ପଡେ ସେ ବରୁଣଙ୍କ ସହ ଏହିଭଳି ସିନ କରିବା ପାଇଁ ରାଜି ଅଛନ୍ତି । ବରୁଣ ତାଙ୍କୁ ହଟ ଲାଗନ୍ତି ବୋଲି କହିଛନ୍ତି ଅନନ୍ୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More