Only for Entertainment

ରିଅଲିଟି ଶୋ’ ରାଇଜିଂ ଷ୍ଟାରର ଶ୍ରେଷ୍ଠ ୬ରେ ଓଡିଆ ଝିଅ ଅନନ୍ୟା, ପୂର୍ବରୁ ଜିତିଛନ୍ତି ଇଣ୍ଡିଆନ ଆଇଡଲ ଜୁନିଅରର ଟାଇଟଲ

voot
34

ଇଣ୍ଡିଆନ ଆଇଡଲ ଜୁନିଅରର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି । ଏକ ଘରୋଇ ଚ୍ୟାନଲେରେ ପ୍ରସାରିତ ହେଉଥିବା ରାଇଜିଂ ଷ୍ଟାରର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରୁ ଉତିନ୍ନ ହୋଇଛନ୍ତି ଅନନ୍ୟା ।

ଶନିବାର ଓ ରବିବାର ରାତି ୯ଟାରୁ ୧୧ଟାରେ ପ୍ରସାରିତ ରାଇଜିଂ ଷ୍ଟାର ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ବିଚାରକଙ୍କ ମନ କିଣୁଥିଲେ ବି ତାଙ୍କ ସପକ୍ଷରେ ଯଥେଷ୍ଟ ଭୋଟ ମିଳୁ ନଥିବା ଜଣାପଡିଛି । ତେଣୁ ଅନନ୍ୟାଙ୍କୁ ଓଡିଶାବାସୀ ଭୋଟ ଦେଇ ବିଜୟୀ କରିବାକୁ ଅନନ୍ୟା ଓ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

ananya nanda

ଅନନ୍ୟାଙ୍କୁ ଭୋଟ ଦେବା ପାଇଁ ଭୁଟ୍ ଆପ୍ ଡାଉନଲୋଡ କରି ସେ ଗାଇବା ଆରମ୍ଭ କରିବା ମାତ୍ରେ ଗ୍ରୀନ ସ୍ୱାଇପ୍ କରିବାକୁ ପଡିବ । ତେଣୁ ତାଙ୍କୁ ଭୋଟ ଦେଇ ଜାତୀୟ ସ୍ତରରେ ପୁଣି ବିଜୟୀ କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଓଡିଶାର ଏହି ଉଦୀୟମାନ କଣ୍ଠଶିଳ୍ପୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More