Only for Entertainment

ଚେତାଶୂନ୍ୟ ହୋଇଗଲେ ମହିଳା, କନଷ୍ଟେବଳ କାନ୍ଧରେ ଉଠାଇ ଚାଲିଲେ ୪କିଲୋମିଟର !

28

ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ଏକ ସ୍ପେଶାଲ ପାର୍ଟି କନଷ୍ଟେବଲ ଚେତାଶୂନ୍ୟ ହୋଇଯାଇଥିବା ମହିଳାଙ୍କୁ କାନ୍ଧରେ ଉଠାଇ ୪କିଲୋମିଟର ଚାଲି ଚାଲି ଯାଇଛନ୍ତି ।

ପୂର୍ବ ବିଧାୟକ ଅକେପଟି ଅମରନାଥ ରେଡ୍ଡିଙ୍କ ସହ ମିଶି ଅନେକ ଲୋକ ତିରୁମାଲା ମନ୍ଦିରକୁ ଯାତ୍ରା କରୁଥିଲେ । ସେଥିରେ ଏହି ମହିଳା ଜଣକ ମଧ୍ୟ ସାମିଲ ଥିଲେ । ସେ ଚାଲୁ ଚାଲୁ ହଠାତ ଚେତା ଶୂନ୍ୟ ହୋଇଯାଇଥିଲେ । ସେଠାରୁ ଯାତ୍ରୀ ମାନଙ୍କ ପାଇଁ କୌଣସି ଯାନବାହାନ ନଥିବା ହେତୁ ପୂର୍ବ ବିଧାୟକଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା କନଷ୍ଟେବଲ ମହିଳା ଜଣଙ୍କୁ କାନ୍ଧରେ ବସାଇ ୪କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲେ ।

ଏହାପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କୁଲୟପ୍ପା ଯାହା କରିଛନ୍ତି ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More