Only for Entertainment

ଏହିକାରଣରୁ ରାସ୍ତାକୁ ୱାର୍କଆଉଟ ପାଇଁ ବାହାରିଲେ ଏହି ଅଭିନେତା, ଭାଇରାଲ ହେଉଛି ଭିଡିଓ !

46

ସେଲିବ୍ରିଟି ମାନେ ନିଜର ଫିଟନେସ ଗୋଲକୁ ନେଇ ଖୁବ ସତର୍କ । ଇଣ୍ଡଷ୍ଟ୍ରିରେ କାମ ସହ ନିଜକୁ ସୁସ୍ଥ ରଖିବା ପାଇଁ ଲକ୍ଷ୍ୟ ରଖିଥାଆନ୍ତି । କେବଳ ସେତିକି ନୁହେଁ ଅନେକ କଳାକାରଙ୍କ ଜିମ ଲୁକ ପ୍ରତିଦିନ ଭାଇରାଲ ହୋଇଥାଏ । କିନ୍ତୁ ଏହି ଭିଡିଓରେ ଖାସ କଥା ହେଉଛି ଏହା କୌଣସି ଜିମର ନୁହେଁ ।

ଅଭିନେତା ଅଙ୍ଗଦ ବେଦୀ ଙ୍କକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ରାସ୍ତାରେ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଜଣେ ବ୍ୟକ୍ତି ଅଛନ୍ତି । ଅଙ୍ଗଦ ବେଦୀ ଯେଉଁ ଏଳ୍ସରସାଇଜ କରୁଛନ୍ତି ତାହାକୁ ରେଜିଷ୍ଟାଂଟ ବ୍ୟାଣ୍ଡ ଡ୍ରିଲ କୁହାଯାଏ ।

ଏହି ୱାର୍କଆଉଟରେ ଅଙ୍ଗଦ ଦୌଡିବାକୁ ଚେଷ୍ଟା କରୁଛନ୍ତି । ସେହିଭଳି ଅନ୍ୟପଟେ ତାଙ୍କ ଅଂଟାରେ ଦୌଡି ବନ୍ଧା ହୋଇଛି ଯେଉଁଥିରେ ବ୍ୟକ୍ତି ଜଣକ ତାଙ୍କୁ ଓଲଟା ଦିଗକୁ ଟାଣୁଛି । ଏହି ଭିଡିଓକୁ ଫଟୋ ଜର୍ନାଲିଷ୍ଟ ୟୋଗେନ ଶାହ ଶେୟାର କରି ଲେଖିଛନ୍ତି ଯେ ଅଙ୍ଗଦ ବେଦୀ ନିଜ ଆଗାମୀ ଫିଲ୍ମ କାରଗିଲ ଗର୍ଲ ପାଇଁ ଏଭଳି ତାଲିମ ନେଉଛନ୍ତି ।

ଭିଡିଓରେ ଅଙ୍ଗଦ ଖୁବ ଫିଟ ନଜର ଆସିଛନ୍ତି । ଏବେ ସେ ପାଏଲଟ ଗୁଂଜନ ସକ୍ସେନାଙ୍କ ବାୟୋପିକ କାରଗିଲ ଗର୍ଲରେ ନଜର ଆସିବେ । କିଛି ଦିନ ହେବ ଏହି ଫିଲ୍ମର ଅନେକ ଫଟୋ ସାମ୍ନାକୁ ଆସିଛି । ଏହାବ୍ୟତୀତ ଅଙ୍ଗଦ ବେଦୀ ଆମାଜନ ପ୍ରାଇମ ଭିଡିଓରେ ସିରିଜ ଏନସାଇଡ ଏଜ ସିଜନ୨ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More