Only for Entertainment

ବ୍ରାଡ ପିଟଙ୍କ ଉପରେ ଆରୋପ ଲଗାଇଲେ ଆଞ୍ଜେଲିନା ଜୋଲି, କହିଲେ ପିଲାଙ୍କ ଖର୍ଚ୍ଚ ପାଇଁ ଦେଉନାହାଁନ୍ତି ପଇସା ।

MFA News
0 26

ସ୍ୱାମୀ ବ୍ରାଡ ପିଟଙ୍କ ଠାରୁ ଅଲଗା ହୋଇସାରିଥିବା ଆମେରିକୀୟ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଏବେ ତାଙ୍କ ଉପରେ ଏକ ଆରୋପ ଲଗାଇଛନ୍ତି । ଆଞ୍ଜେଲିନାଙ୍କ କହିବା ଅନୁସାରେ ଅଲଗା ହେବା ପରେ ବ୍ରାଡ ପିଟ ପିଲାଙ୍କ ଖର୍ଚ୍ଚ ପାଇଁ ଉଚିତ ଧନରାଶି ଦେଉନାହାଁନ୍ତି । ରିପୋର୍ଟ ଅନୁସାରେ ଏହି ପ୍ରଭାବଶାଳୀ ଯୋଡି ପରସ୍ପର ଠାରୁ ଅଲଗା ହେବାର ଦୁଇ ବର୍ଷ ପରେ ଆଞ୍ଜେଲିନା ଜୋଲି ଚାହୁଁଛନ୍ତି ପିଲାଙ୍କ ସଂରକ୍ଷଣ ଏବଂ ଛାଡପତ୍ର ସମ୍ବନ୍ଧିୟ ପ୍ରକ୍ରିୟା ଚଳିତ ବର୍ଷ ଶେଷ ଶୁଦ୍ଧା ପୁରା ହୋଇଯାଉ ।

ମଙ୍ଗଳବାର ଲସ ଏଞ୍ଜେଲିସ ସୁପରିୟର କୋର୍ଟରେ ଆଞ୍ଜେଲିନା ଜୋଲିଙ୍କ ଓକିଲ ଡକ୍ୟୁମେଣ୍ଟ ଦାୟର କରି ତଲାକ ପ୍ରକ୍ରିୟାକୁ ଚଳିତ ବର୍ଷ ଶେଷ କରିବା ପାଇଁ କୋର୍ଟକୁ କହିଛନ୍ତି । ଏହି ଡକ୍ୟୁମେଣ୍ଟରେ ଆଞ୍ଜେଲିନା ଜୋଲି ଆରୋପ ଲଗାଇଛନ୍ତି ଯେ ଅଲଗା ହେବାପରେ ବ୍ରାଡ ପିଟ ପିଲାଙ୍କ ଖର୍ଚ୍ଚ ପାଇଁ ଉଚିତ ଧନରାଶି ଦେଉନାହାଁନ୍ତି ।

କହିରଖୁଛୁ ଯେ ଆଞ୍ଜେଲିନା ଜୋଲି ୨୦୧୬ରେ ତଲାକ ପାଇଁ ଆପ୍ଲାଏ କରିଥିଲେ । ଦୁହେଁ ୬ଟି ସନ୍ତାନର ପିତା ମାତା । ନିକଟରେ ଖବର ଶୁଣିବାକୁ ମିଳିଥିଲା ଯେ ଆଞ୍ଜେଲିନା ଜୋଲି ଜଣେ ରିୟଲ ଷ୍ଟେଟ ଏଜେଣ୍ଟଙ୍କ ସହିତ ଡେଟ କରୁଛନ୍ତି । ଏବଂ ଖୁବ ଶୀଘ୍ର ବିବାହ ମଦଅୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More