Only for Entertainment

ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଆଞ୍ଜେଲିନା ଜୋଲି !

hola
0 43

ବ୍ରାଡ ପିଟଙ୍କ ଠାରୁ ଅଲଗା ହେବା ପରେ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ପୁଣିଥରେ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବର୍ତ୍ତମାନ ତାଙ୍କ ବଷୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି କି ଅଞ୍ଜେଲିନା ଖୁବ ଶୀଘ୍ର ନିଜର ନୂଆ ପ୍ରେମିକଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଯଦି ଏହା ସତ ହୁଏ ତେବେ ଆଞ୍ଜେଲିନା ଚତୁର୍ଥ ଥର ପାଇଁ ବିବାହ କରିବେ । ତେବେ ଏହି ଖବରକୁ ନେଇ କିଛି ସଠିକ ସୂଚନା ମିଳିନାହିଁ ।

Angelina-Jolie-Voight-Latest-Picture

ବ୍ରାଡଙ୍କ ଠାରି ଅଲଗା ହେବାପରେ ଗତ ଏକବର୍ଷ ଧରି ଆଞ୍ଜେଲିନା ବ୍ରିଟିଶ ମିଲେନିୟରଙ୍କ ପ୍ରେମରେ ପଡିଛନ୍ତି । ଏହି ବ୍ୟବସାୟୀ ଜଣଙ୍କ ଅନେକ ଲୋକହିତକର କାର୍ଯ୍ୟ ମଧ୍ୟ କରିଛନ୍ତି । ଏବଂ ତାଙ୍କର ଏହି ସ୍ୱଭାବ ଆଞ୍ଜେଲିନାଙ୍କୁ ପ୍ରଭାବିତ କରିଛି । କାରଣ ସେ ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ଆଞ୍ଜେଲିନା ଚାହୁଁଛନ୍ତି ବୟଫ୍ରେଣ୍ଡଙ୍କ ସହିତ ବିବାହ କରି ଲଣ୍ଡନରେ ପିଲାମାନଙ୍କ ସହିତ ସ୍ଥାୟୀ ହୋଇରହିବେ । ଆଉ ଏହି ଚାରି ନମ୍ବର ସ୍ୱାମୀ ହିଁ ତାଙ୍କ ଫାଇନାଲ ସ୍ୱାମୀ ହେବେ ବୋଲି ଆଞ୍ଜେଲିନା କହିଛନ୍ତି ।

ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଆଞ୍ଜେଲିନା ନିଜେ ପ୍ରକାଶ କରିବା ପରେ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More