Only for Entertainment

ପ୍ରସ୍ତୁତ ହେଉଛି ‘ଦିୱାନା ମସ୍ତାନା’ର ସିକ୍ୱେଲ, ଏହି କଳାକାର ଆସିବେ ନଜର !

40

ବଲିଉଡ ଅଭିନେତା ଅନୀଲ କପୂର ଏବଂ ଗୋବିନ୍ଦା ନିଜ ସୁପରହିଟ ଫିଲ୍ମ ‘ଦିୱାନା ମସ୍ତାନା’ର ସିକ୍ୱେଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ୧୯୯୭ରେ ପ୍ରଦର୍ଶିତ ହୋଇଥିବା ଫିଲ୍ମରେ ଅନୀଲ କପୂର, ଗୋବିନ୍ଦା ଏବଂ ଜହି ଚାୱଲା ଏହି ଫିଲ୍ମରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଫିଲ୍ମ ବକ୍ସଅଫିସରେ ସୁପରହିଟ ହୋଇଥିଲା । ଅଭିନେତା ଅନୀଲ ଏବଂ ଗୋବିନ୍ଦା ଏହି ଫିଲ୍ମର ସିକ୍ୱେଲର ଘୋଷଣା କରିଛନ୍ତି । ଅନୀଲ ନଚ ବଲିୟେ ସିଜନ୯ରେ ଗୋବିନ୍ଦାଙ୍କ ସହ ଖୁବ ସମୟ ପରେ ଭେଟ କରିଥିଲେ ।

ଗୋବିନ୍ଦା ଏବଂ ସେ ଅନେକ ସମୟ ପରେ ଏକାଠି ଭେଟ ହେବା ପରେ ଏହି ଫିଲ୍ମ ବିଷୟରେ ଘୋଷଣା କଲେ ବୋଲି ଅନୀଲ କହିଛନ୍ତି । ଫିଲ୍ମର ନାଁ ରହିବ ଦୀୱାନା ମସ୍ତାନା୨’ । ଡେବିଡ ଧୱନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରବୀନା ଟଣ୍ଡନ କାମିଓ ରୋଲ କରିଥିଲେ ଏବଂ ସେ ପାର୍ଟ ୨ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ଜନ ଅବ୍ରାହାମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ଅନୀଲ କପୂର ଏବଂ ଗୋବିନ୍ଦା ଶେଷ ଥର ୨୦୦୬ରେ ଏକାଠି କାମ କରିଥିଲେ । ସଲାମ-ଏ-ଇସ୍କ’ ନାମର ଏହି ଫିଲ୍ମରେ ସଲମାନ ଖାନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି କଳାକାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More