Only for Entertainment

Anil Kapoor Birthday: ସେଟରେ କ’ଣ ଦେଖି ଅନିଲଙ୍କ ଠାରୁ ଦୂରେଇ ଯାଇଥିଲେ ମାଧୁରୀ ଦୀକ୍ଷିତ ।

you tube
27

ବଲିଉଡ ଅଭିନେତା ଅନିଲ କପୁର ୪ ଦଶକରୁ ବଲିଉଡରେ ସକ୍ରିୟ ଅଛନ୍ତି । ଆଜି ମଧ୍ୟ ସେ ୟଙ୍ଗ ତାରକାଙ୍କ ପରି ଫିସ ଅଛନ୍ତି । ସେଥିପାଇଁ ତ ତାଙ୍କୁ ବଲିଉଡର ଏଭର ଗ୍ରୀନ ଆକ୍ଟର କୁହାଯାଏ । ୮୦ ଦଶକରେ ଟପୋରୀ ଇମେଜକୁ ସେ ବଲିଉରେ ସ୍ଥାପିତ କରିଥିଲେ । ଆକ୍ସ ଠାରୁ ଆରମ୍ଭ କରି ରୋମାନ୍ସ ଏବଂ କମେଡି ସବୁ ଭୂମିକାରେ ସେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।

ଅନିଲ କପୁରଙ୍କ ଜନ୍ମ ୨୪ ଡିସେମ୍ବର ୧୯୫୬ରେ ମୁମ୍ବାଇରେ ହୋଇଥିଲା । ତାଙ୍କ ପିତା ସୁରିନ୍ଦର କପୁର ଜଣେ ଫିଲ୍ମ ପ୍ରଡ୍ୟୁସର ଥିଲେ । ତାଙ୍କର ଦୁଇ ଭାଉ ବୋନି କପୁର ଏବଂ ସଂଜୟ କପୁର ମଧ୍ୟ ଫିଲ୍ମ ଦୁନିଆ ସହିତ ଜଡିତ । ୧୯୮୪ରେ ଅନିଲ ସୁନିତା କପୁରଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ସୋନମ -ରିଆ ଏବଂ ପୁଅ ହର୍ଷବଦ୍ଧନ କପୁର ଅଛନ୍ତି । ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନରେ କିଛି ରୋଚକ କଥା ।

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହିତ ଅନିଲଙ୍କର ଭଲ ବଣ୍ଡିଂ ଥିଲା । ଦୁହିଁ ଙ୍କ ଆଫେୟାର ସେତେବେଳେ ଖୁବ ଚର୍ଚ୍ଚାରେ ଥିଲା । କିଛି ରିପୋର୍ଟ ଅନୁସାରେ ସେଟରେ ଅନିଲଙ୍କୁ ପରିବାର ସହିତ ହସ-ଖୁସିରେ ସମୟ ବିତାଉଥିବାର ଦେଖି ମାଧୁରୀ ଅନିଲଙ୍କ ଲାଇଫରୁ ଦୂରକୁ ଯିବାର ନିଷ୍ପତ୍ତି ନେଇଥିଲେ ।

anil-madhuri-story_647_111317104920

ଉମେଶ ମହରାଙ୍କ ଫିଲ୍ମ ହମାରୀ ତୁହ୍ମାରୀରେ ରେ ଅନିଲ ନିଜର ଫିଲ୍ମ କ୍ୟାରିଆର ଆରମ୍ଭ କରିଥିଲେ । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ ଥିଲା । ଫିଲ୍ମରେ ତାଙ୍କର ଭୂମିକା ଖୁବ ଛୋଟ ଥିଲା ।

ମଶାଲ ଫିଲ୍ମରେ ଅନିଲ ଦିଲ୍ଲୀପ କୁମାରଙ୍କ ସହିତ ନଜର ଆସିଥିଲେ । ଏହି ଫିଲ୍ମରେ ସମସ୍ତେ ତାଙ୍କ ଅଭିନୟକୁ ନୋଟିସ କରିଥିଲେ । ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ସପୋର୍ଟଂ ଆକ୍ଟରର ଆୱାର୍ଡ ମିଳିଥିଲା । ତେଜାବ ପାଇଁ ତାଙ୍କୁ ପ୍ରଥମଥର ପାଇଁ ଶ୍ରେଷ୍ଠ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ଏହା ବ୍ୟତୀତ ସେ ଦୁଇଟି ନ୍ୟାସନାଲ ଆୱାର୍ଡରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।

ବହୁତ କମ ଲୋକେ ଜାଣିଥିବେ ଯେ, ଅନିଲ ସାଉଣ୍ଡ ଟ୍ରାକ ପାଇଁ ଭଏସ ମଧ୍ୟ ଦେଇଛନ୍ତି । ପ୍ରଥମଥର ପାଇଁ ସେ ୧୯୮୬ରେ ରିଲିଜ ହୋଇଥିବା ଫିଲ୍ମ ଚମେଲି କି ଶାଦୀରେ ସେ ଗାଇଥିଲେ ।

ଚଳିତ ବର୍ଷ ଅନିଲ କପୁରଙ୍କୁ ରେସ-୩ ଏବଂ ଫନ୍ନେ ଖାଁରେ ଦେଖିବାକୁ ମିଳିଥିଲା । ଆଗାମୀ ବର୍ଷ ପାଇଁ ମଧ୍ୟ ତାଙ୍କର ଅନେକ ପ୍ରୋଜେକ୍ଟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More