Only for Entertainment

୨୦ ବର୍ଷ ପୂର୍ବେ ଅନିଲଙ୍କ ଏହି ଜିନିଷ ଚୋରି କରିଥିଲେ ଜ୍ୟାକି ସ୍ରଫ, ଏବେ ସାମ୍ନାକୁ ଆସିଲା ସତ୍ୟ

27

ରିୟଲିଟି ସୋ’ ‘ଡାନ୍‌ସ ପ୍ଲସ୍‌ ୫’ରେ ପ୍ରଥମ ଥର ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ଅନୀଲ୍‌ କପୁର ଏକାଠି ଛୋଟ ପରଦାରେ ନଜର ଆସିଥିଲେ। ସୋ’ରେ ଦୁହେଁ ସେମାନଙ୍କ ଲମ୍ବା ଅଭିନୟ କ୍ୟାରିୟର ବିଷୟରେ ଆଲୋଚନା କରିଥିଲେ।

 

ଆଉ ଏହି ଅବସରରେ ଜ୍ୟାକି ଆକସ୍ମିକ ଭାବେ ଅନିଲଙ୍କ ପିଠିରେ ହାତ ଥାପୁଡାଇ କହିଥିଲେ, ମୋର ସେହି ସାମଗ୍ରୀ ଫେରାଅ। ଯାହାକି ତୁମେ ୨୦ବର୍ଷ ପୂର୍ବେ ଚେରାଇଥିଲ। ଜ୍ୟାକିଙ୍କ ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଦର୍ଶକ ହତବାକ୍‌ ହୋଇଯାଇଥିଲେ। ଏବଂ ଭାବିବାକୁ ବାଧ୍ୟ ହୋଇଥିଲେ କି ଅନିଲ ଜ୍ୟାକିଙ୍କ କେଉଁ ସାମଗ୍ରୀ ଚୋରାଇ ନେଇଥିଲେ।

 

ଅନୀଲ କହିଥିଲେ, ‘ଆପଣମାନେ ସମସ୍ତେ ଜାଣିଛନ୍ତି, ମୋ ଭାଇ ଜ୍ୟାକି ଜଣେ ଷ୍ଟାଇଲ ଆଇକନ୍‌। ସେ ହେଉଛନ୍ତି ଲକ୍ଷେରେ ଜଣେ। ‘ବିରାସତ’ ଫିଲ୍ମ ସୁଟିଂ ସମୟରେ ମୁଁ ତାଙ୍କର ଏକ ଖାକି ପ୍ୟାଣ୍ଟ ଦେଖିଥିଲି। ସେହି ପ୍ୟାଣ୍ଟ ସେହି ସମୟରେ ଟ୍ରେଣ୍ଡିଂରେ ଥିଲା। ମୋତେ ସେହି ପ୍ୟାଣ୍ଟ୍‌ ବହୁତ ପସନ୍ଦ ଆସିଥିଲା। ଦିନେ ମୁଁ ଜ୍ୟାକିଙ୍କ ପାଖକୁ ଯାଇଥିଲି ଏବଂ ତାଙ୍କର ସେହି ପ୍ୟାଣ୍ଟକୁ ମାଗି ଆଣିଥିଲି। ଯାହାକୁ ମୁଁ ଆଜି ପର୍ଯ୍ୟନ୍ତ ଫେରାଇ ନାହିଁ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More