Only for Entertainment

ମଲାଇକା ଓ ଅର୍ଜୁନଙ୍କ ସଂପର୍କକୁ ନେଇ ଏହି କଥା କହିଲେ ଅନିଲ କପୁର ।

DNA India
45

ମଲାଇକା ଏବଂ ଅର୍ଜୁନ ନିଜ ଅଫେୟରକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଆସନ୍ତା ବର୍ଷ ଏହି ଯୋଡ଼ି ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଉଭୟ ଆକ୍ଟରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ତେବେ ନିକଟରେ ଅନିଲ କପୁର ଏହି ଘଟଣାକୁ ନେଇ ନିଜ ମତ ରଖିଛନ୍ତି ।

ଉଭୟଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଅଧିକ ଥିବା ବେଳେ ଏହାକୁ ପରିବାର ଲୋକେ କିପରି ଗ୍ରହଣ କରୁଛନ୍ତି ତାହା ସାମ୍ନାକୁ ଆସିଛି । ଉଭୟଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଅର୍ଜୁନଙ୍କ ଦାଦା ଅନୀଲ କପୁରଙ୍କୁ ପଚରାଯାଇଥିବା ବେଳେ ସେ ନିଜର ପ୍ରତିକ୍ରିୟା ରଖିଥିଲେ ।

ସେ କହିଥିଲେ, “ମୁଁ ମୋ ପୁତୁରାକୁ ଭଲ ଭାବରେ ଜାଣିଛି । ମୋ ପୁତୁରା ଖୁସି ହେଲେ ମୁଁ ମଧ୍ୟ ଖୁସି ହେବି । ମୁଁ ଅର୍ଜୁନର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହିଁ । କିନ୍ତୁ ସେ ଯଦି ତା’ ନିଷ୍ପତ୍ତିିକୁ ନେଇ ଖୁସି,ତେବେ ମୁଁ ବି ଖୁସି ହେବି।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More