Only for Entertainment

ନଚ ବଲିୟେ ୯ରେ ସ୍ୱାମୀ ରୋହିତ ରେଡ୍ଡୀଙ୍କ ସହ ଅନୀତା ହସନନ୍ଦାନୀ ନେଇପାରନ୍ତି ଭାଗ !

23

ନଚ ବଲିୟେ ୯ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଏହାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଶୋ’ ଏବଂ ଏଥିରେ କିଏ କିଏ ଭାଗ ନେବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାକୁ ଲାଗିଛି । ଯଦି ଲାଟେଷ୍ଟ ଖବର ଦେଖିବାକୁ ଯିବା ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବଂ ତାଙ୍କ ସ୍ୱାମୀ ରୋହିତ ରେଡ୍ଡୀ ନଚବଲିୟେ ୯ରେ ଭାଗ ନେବେ ।

ଉର୍ବଶୀ ଢୋଲକିୟା ଏବଂ ନିଜ ସ୍ୱାମୀ ଅନୁଜ ସଚଦେବାଙ୍କ ଶୋ’ରେ ଆସୁଛନ୍ତି ବୋଲି ଏହି କଥାର ଖୁଲାସା ଶୋ’ର ପ୍ରୋମୋରେ ହୋଇଯାଇଛି । ଶୋ’ର ବାକି ପ୍ରତିଯୋଗୀଙ୍କ ମଧ୍ୟରେ ଦାରା ସିଂଙ୍କ ପୁଅ ବିନ୍ଦୁ ଦାରା ସିଂ ଏବଂ ତାଙ୍କ ପତ୍ନୀ ଡିନା ମଧ୍ୟ ନଜର ଆସିବେ ।

ନିକଟରେ ଖବର ଶୁଣିବାକୁ ମିଳିଥିଲା ଯେ ଗୌତମ ରୋଡେ ଏବଂ ତାଙ୍କ ପତ୍ନୀ ପଙ୍ଖୁଡି ଅବସ୍ଥି ମଧ୍ୟ ଶୋ’ରେ ଭାଗ ନେବେ । ଏଠାରେ ଆମେ କହି ରଖୁଛୁ ଯେ ଶୋ’ ଆସନ୍ତା ମାସ ଅର୍ଥାତ ଜୁଲାଇରେ ଆରମ୍ଭ ହେବ ଏବଂ ଏହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଛି ।

ଶୁଣିବାକୁ ମିଳିଛି ଯେ ବିଚାରକ ରୁପେ ସାହିଦ କପୂର ଏବଂ ରବୀନା ଟଣ୍ଡନ ନଜର ଆସିପାରନ୍ତି ଏବଂ ଜେନିଫର ୱିଙ୍ଗେଟ ଏବଂ ସୁନୀଲ ଗ୍ରୋବର ଶୋ’ ହୋଷ୍ଟ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More