Only for Entertainment

ରିଲିଜ ହେଲା ଅଙ୍କିତ ତିୱାରୀଙ୍କ ମ୍ୟୁଜିକ ଭିଡିଓ ‘ନୈନା’ !

34

ଆଶିକି – ୨ ଚଳିଚ୍ଚିତ୍ରରେ ଇମୋସନାଲ୍ ଗୀତ ଗାଇ ସ୍ରୋତାଙ୍କ ଫେବରେଟ୍ ସିଙ୍ଗର୍ ହୋଇଥିବା ଅଙ୍କିତ ତିୱାରୀ ଏବେ ନିଜ ଫ୍ୟାନ୍ସଙ୍କ ପାଇଁ ଭେଟି ଦେଇଛନ୍ତି ଏକ ମ୍ୟୁଜିକ୍ ଭିଡିଓ ‘ନୈନା’ । ଗୀତରେ ଅଙ୍କିତଙ୍କୁ ଅଭିନୟ କରିବାର ମଧ୍ୟ ଦେଖିବାକୁ ମିଳିଛି । ଆଉ ତାଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ ନେହା ଶର୍ମା । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା –

 

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଙ୍କିତ ତିୱାରୀଙ୍କ ଭଏସରେ ରିିଲିଜ୍ ହୋଇଛି ମ୍ୟୁଜିକ୍ ଭିଡିଓ ନୈନା । ଏହି ସିଙ୍ଗଲ୍ ମ୍ୟୁଜିକ୍ ଭିଡିଓ ଜରିଆରେ ଅଙ୍କିତ୍ ତିୱାରୀ ପୁଣିଥରେ ନିଜ ଭଏସର ଯାଦୁ ଭେଟି ଦେଇଛନ୍ତି । ଗୀତ ଦୃଶ୍ୟାୟନରେ ଅଙ୍କିତ ତିୱାରୀଙ୍କ ସହ ଅଭିନେତ୍ରୀ ନେହା ଶର୍ମାଙ୍କୁ ଦେଖିବାକୁ ମିଳିଛି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ନିଜେ ଅଙ୍କିତ । ଗୀତର ଲିରିକ୍ସ ଦେଇଛନ୍ତି ମୋନିଷ ରାଜା ଓ ଶାହସ ପରୀକ୍ । ଗୀତଟିକୁ ୟୁଟୁବରେ ରିଲିଜ୍ କରାଯାଇଛି । ଆଉ ୟୁଟୁବରେ ଏହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ୨୪ ଘଂଟା ଭିତରେ ଏହି ଗୀତକୁ ପାଖାପାଖି ୪ ଲକ୍ଷ ଦର୍ଶକ ଦେଖି ସାରିଲେଣି । ବଲିଉଡ୍ ସିନେମାରେ ଅଙ୍କିତ ନିଜ ଭଏସ୍ରେ ଯାଦୁ ଅନେକ ଥରେ ଦେଖାଇଛନ୍ତି । ଆଉ ଏବେ ନିଜର ସିଙ୍ଗିଲ୍ ମ୍ୟୁଜିକ୍ ଭିଡିଓ ଜରିଆରେ ସ୍ରୋତାଙ୍କୁ ଏଂଟରଟେନ୍ କରିବାର ପ୍ରୟାସ କରିଛନ୍ତି ଅଙ୍କିତ ତିୱାରୀ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More