ବଲିଉଡ ଡେବ୍ୟୁ ପୂର୍ବରୁ ଅଙ୍କିତା ମଚାଇଲେ ଧମାକା, ବୋଲ୍ଡ ଫଟୋ ହେଲା ଭାଇରାଲ !
ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ଆକାଶରେ ଉଡିବାକୁ ଲାଗିଛନ୍ତି । ଆଜ୍ଞା ହଁ ଟିଭିର ଏହି ବୋହୂ ଖୁବ ଶୀଘ୍ର ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିଜ ବଲିଉଡ ଡେବ୍ୟୁ ଫିଲ୍ମକୁ ନେଇ ଅଙ୍କିତା ଖୁବ ଉତ୍ସାହିତ ଥିବା ବେଳେ ଏବେ ସାମ୍ନାକୁ ଆସିଛି ତାଙ୍କର ସେକ୍ସି ବୋଲ୍ଡ ଲୁକ ଫଟୋ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଅଙ୍କିତା ଲୋଖଣ୍ଡେ ଫଟୋସୁଟ ଜରିଆରେ ପୁଣିଥରେ ଦର୍ଶକଙ୍କୁ ନଜର ଆସିଛନ୍ତି । ଏହି ଫଟୋସୁଟ ଅଙ୍କିତା ନିଜେ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ଅଙ୍କିତାଙ୍କର ଏହି ଫଟୋ କିଛି ଘଂଟା ପୂର୍ବେ ଅପଲୋଡ କରାଯାଇଥିଲା ଯାହା ଏବେ ୨୯ହଜାରରୁ ଅଧିକ ଭ୍ୟୁ ଏବଂ ଲାଇକ ପାଇ ସାରିଲାଣି । ଅଙ୍କିତାଙ୍କ ଏହି ଫଟୋ ଏବେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି ।
ଏଠାରେ ଆମେ କହି ରଖୁଛୁ ଯେ ଅଙ୍କିତା ଜିଟିଭି ପ୍ରସିଦ୍ଧ ଶୋ’ “ପବିତ୍ର ରିସ୍ତା” ଜରିଆରେ ଟିଭି ପରଦାରେ ଡେବ୍ୟୁ କରିଥିଲେ । ଏବେ ଖୁବ ଶୀଘ୍ର ସେ ବଲିଉଡ ଫିଲ୍ମ ‘ମଣିକର୍ଣ୍ଣିକା’ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯେଉଁଥିରେ ସେ ଝଲକାରୀ ବାଇ ଭୂମିକାରେ ନଜର ଆସିବେ । ଝଲକାରୀ ବାଇ ଲକ୍ଷ୍ମୀବାଇ ସେନାର ଜଣେ ସୈନିକ ଥିଲେ । ଏବେ ଖବର ଶୁଣିବାକୁ ମିଳିଛି ଯେ ଖୁବ ଶୀଘ୍ର ସଂଜୟ ଦତ୍ତ ଷ୍ଟାରର ଫିଲ୍ମରେ ମଧ୍ୟ ନଜର ଆସି ପାରନ୍ତି ଏହି ଅଭିନେତ୍ରୀ ।