Only for Entertainment

ସୁଶାନ୍ତଙ୍କ ସହିତ ବ୍ରେକଅପର ୨ ବର୍ଷ ପରେ ମୁହଁ ଖୋଲିଲେ ଅଙ୍କିତା ।

india.com
0 48

ଅଭିନେତା ସୁଶାନ୍ତ ସିଂ ରାଜପୂତ ଏବଂ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବ୍ରେକ ଅପ ହେବାର କିଛି ବର୍ଷ ବିତିଗଲାଣି । କିନ୍ତୁ ଦୁଇଜଣ ସଂପର୍କ ବିଷୟରେ କେବେ ମଧ୍ୟ ନୀରବତା ଭାଙ୍ଗି ନାହାଁନ୍ତି । ଅଙ୍କତାଙ୍କ ବ୍ରେକଅପର ପ୍ରଭାବ ଏତେ ମାତ୍ରାରେ ପଡ଼ିଲାଯେ ସେ ଅଭିନୟରୁ ନିଜକୁ ଦୂରେଇଦେଲେ । କିନ୍ତୁ ଖୁବଶୀଘ୍ର ଅଙ୍କିତା ମଣିକର୍ଣ୍ଣିକାରେ ନଜର ଆସିବେ । ତେବେ ଏକ ଇଂଟରଭ୍ୟୁରେ କଙ୍ଗନା ଫିଲ୍ମ ଏବଂ ସଂପର୍କ ବିଷୟରେ କହିଛନ୍ତି ।

ସଂପର୍କ ତୁଟିଥିବାରୁ ତାଙ୍କ ଉପରେ ପ୍ରଭାବ ପଡ଼ିଛି ବୋଲି ଅଙ୍କିତା କହିଛନ୍ତି । ସେ ତାଙ୍କ କାମ ଠଶରୁ ଦୂରତା ବନାଇଥିଲେ । କାରଣ ସେ ବ୍ରେକ ଚାହୁଁଥିଲେ । ଅଙ୍କିା କହିଛନ୍ତିଯେ କାମରୁ ବ୍ରେକ ନେବାରୁ ନେଇ ସେ ଖୁସି ଥିଲେ । ତେବେ ତାଙ୍କ ବନ୍ଧୁ ଓ ପରିବାରଗର୍ବ ତାଙ୍କ ସହିତ ଥିବା କଥା ମଧ୍ୟ ସେ କହିଛନ୍ତି ।

ସୁଶାନ୍ତଙ୍କ ସହିତ ସଂପର୍କକୁ ନେଇ ଆଲୋଚନା କରିବା ସମୟରେ ଅଙ୍କିତା କହିଲେଯେ ସୁଶାନ୍ତଙ୍କ ସହିତ ରହି ରହି ମୁଁ ନିଜକୁ ଭଲପାଇବା କଥା ଭୁଲି ଯାଇଥିଲି । କେବଳ ସଂପର୍କରେ ବଂଚୁଥିଲି । କିନ୍ତୁ ମୋତେ ଏବେ ଏହାର ପରିଣାମ ମିଳିସାରିଛି । ମୁଁ ନିଜକୁ ଭଲବାଇବା ପାଇଁ ଶିଖିଯାଇଛି । ଆଜି ମୁଁ ଶିଖିଯାଇଛିଯେ କେଉଁଠାରେ କାହାକୁ ଭଲପାଇବା ଉଚିତ । ମୋତେ ଏବେ ସମସ୍ତ କଥାକୁ ବାଲାନ୍ସ କରିବା ଆସୁଛି ।

କଙ୍ଗନା ରାଣାୱତଙ୍କ ସହିତ ମଣିକର୍ଣ୍ଣିକାରେ ନଜର ଆସିଥିବା ଥିବା ଅଙ୍କିତା ତାଙ୍କ ପ୍ରିନ୍ସ ଚାର୍ମିଂଙ୍କୁ ଅପେକ୍ଷା କରିଛନ୍ତି । ତେବେ ଏବେ ଅଙ୍କିତା ବକ୍ସ କ୍ରିକେଟ ଲିଗର କୋ ମାଲିକଙ୍କୁ ଭିକି ଜୈନଙ୍କୁ ଡେଟ କରୁଥିବା ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More