Only for Entertainment

ବର୍ଥଡେ ସ୍ପେଶାଲ: ଯେତେବେଳେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଇଂଟିମେଟ ସିନ କରିବା ପାଇଁ ଚାହିଁଥିଲେ ଅନୁ କପୂର, ମନା କରିବାରୁ ରାଗିଯାଇଥିଲେ ।

67

ବଲିଉଡ ଅଭିନେତା ଅନୁ କପୂୁରଙ୍କର ଆଜି ୬୩ତମ ଜନ୍ମ ଦିନ । ସେ ବଙ୍ଗାଳୀ ଥିଲେ । ତାଙ୍କ ବାପା ପାରସୀ ଥିଏଟର କମ୍ପାନୀ ଚଳାଉଥିଲେ । ଅନୁ କପୁର ମିଷ୍ଟର ଇଣ୍ଡିଆ, ଜଲି ଏଲଏଲବି୨, ବିକ୍କି ଡୋନର ଭଳି ଫିଲ୍ମରେ କାମ କରିଛନ୍ତି । ଅନୁ କପୂର ଫିଲ୍ମ ସାତ ଖୁନ ମାଫରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ମଧ୍ୟ କାମ କରିଥିଲେ ।

ସାତ ଖୁନ ମାଫରେ ପ୍ରିୟଙ୍କା ଚୋପ୍ରା ଏବଂ ଅନୁ କପୂରଙ୍କର ଇଂଟିମେଟ ସିନ ଥିଲା । ଯଦିଓ ଏତେ ସିନିଅର ଅଭିନେତାଙ୍କ ସହ ଇଂଟିମେଟ ସିନ କରିବାକୁ ମନା କରି ଦେଇଥିଲେ ପ୍ରିୟଙ୍କା । ଏହା ଶୁଣି ଅନୁ କପୁର ରାଗି ଯାଇଥିଲେ ଏବଂ କହିଥିଲେ ମୁଁ ହିରୋ ହୋଇଥିଲେ ଏବଂ ଭଲ ଦିଶୁଥିଲେ ନିଶ୍ଚୟ ପ୍ରିୟଙ୍କା ତାଙ୍କ ସହ ଇଂଟିମେଟ ସିନ କରିଥାଆନ୍ତେ । ମାତ୍ର ପ୍ରିୟଙ୍କାଙ୍କ ମତ ଥିଲା ଯେ ଅନୁ କପୁର ତାଙ୍କ ବାପାଙ୍କ ସାଙ୍ଗ ଏବଂ ଖୁବ ସିନିଅର ତେଣୁ ଏଭଳି ସିନ ସେ ତାଙ୍କ ସହ କରି ପାରିବେ ନାହିଁ ।

 

ଏଠାରେ ଆମେ କହି ରଖୁଛୁ ଯେ ଟଙ୍କା ଅଭାବରୁ ଅନୁ କପୁର ଅଧିକ ପାଠ ପଢି ନାହାନ୍ତି । ସଂଘର୍ଷ ସମୟରେ ସେ ଚା’ ଷ୍ଟଲ ଲଗାଇଥିଲେ । କେବଳ ସେତିକି ନୁହେଁ ସେ ଚୁରଣ ଏବଂ ନୋଟ ମଧ୍ୟ ବିକ୍ରି କରୁଥିଲେ । ତା’ପରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଦାଖଲ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More