Only for Entertainment

ସାମ୍ନାକୁ ଆସିଲା ‘ମେଡ ଇନ ଚାଇନା’ର ନୂଆ ଫଟୋ, ଦମଦାର ଲୁକରେ ନଜର ଆସିଲେ ରାଜକୁମାର ରାଓ

Bollywoodlife
28

ବଲିଉଡ ଅଭିନେତ୍ରୀ ମୌନି ରୟ ନିଜର ଆଗାମୀ ଫିଲ୍ମ ‘ମେଡ ଇନ ଚାଇନା’ର ନୂଆ ଲୁକକୁ ସେୟାର କରିଛନ୍ତି । ମୌନି ଫିଲ୍ମର ଏହି ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଫିଲ୍ମର ଏହି ଫଟୋରେ ମୌନିଙ୍କ କୋ-ଷ୍ଟାର ରାଜ କୁମାର ରାଓ ନଜର ଆସିଛନ୍ତି । ରାଜକୁମାରଙ୍କୁ କାନ୍ଧରେ ଦୁଇଟି ବ୍ୟାଗ ଧରି ଏବଂ ବ୍ଲୁ ସାର୍ଟ ଏବଂ ବ୍ରାଉନ କୋଟରେ ଦେଖିବାକୁ ମିଳିଛି ।

ମୌନି ଫିଲ୍ମର ଏହି ଫଟୋକୁ ସେୟାର କରି ତାଙ୍କର ଫ୍ୟାନ୍ସଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଏହି ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ବୋଲି ଶୁଣିବାକୁ ମିଳିଥିଲା ଏବେ ଫିଲ୍ମର ରିଲିଜ ଡେଟକୁ ପରିବର୍ତ୍ତନ କରାଯାଇ ୩୦ ଅଗଷ୍ଟ ରଖାଯାଇଛି । ‘ମେଡ ଇିନ ଚାଇନା’ ମିଖିଲ ମୁସଲେ ଏବଂ ଦିଲବର ଗର୍ଲ ନୋରା ଫତେହୀଙ୍କ ନିର୍ଦ୍ଦେଶନା ଦେଉଥିବା ବେଳେ ଦିନେଶ ବିଜନ ଏବଂ ଭୂଷଣ କୁମାର ପ୍ରଡ୍ୟୁସ କରୁଛନ୍ତି । ଫିଲ୍ମରେ ରାଜ କୁମାର ରାଓ ଏବଂ ମୌନି ରୟଙ୍କ ବ୍ୟତିତ ବମନ ଇରାନୀ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More