Only for Entertainment

ନବରାତ୍ରୀରେ ‘ଲକ୍ଷ୍ମୀ ବମ’ର ଜବରଦସ୍ତ ପୋଷ୍ଟର ରିଲିଜ, ଲକ୍ଷ୍ମୀ ଭାବେ ନଜର ଆସିଲେ ଖିଲାଡୀ କୁମାର

Akshay Kumar tweet
37

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସ ଅଫିସ ଧମାକା କରିବା ପାଇଁ ପ୍ରସ୍ତୁତ । ଅଭିନେତା ଅକ୍ଷୟ କୁମାର ଏକା ସହିତ ଅନେକ ଫିଲ୍ମରେ କାମ କରୁଛନ୍ତି । ଏହି ସମସ୍ତ ଫିଲ୍ମ ମଧ୍ୟରେ ଅକ୍ଷୟ କୁମାର ଲକ୍ଷ୍ମୀ ବମରେ ମଧ୍ୟ ନଜର ଆସିବେ । କିଛି ଦିନ ପର୍ବେ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିଥିବା । ଏବେ ଫିଲ୍ମର ଆଉ ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି ।

ଫିଲ୍ମର ଏହି ନୂଆ ପୋଷ୍ଟରରେ ଅକ୍ଷୟ କୁମାର ଲାଲା ସାଢୀ ପିନ୍ଧି ଦୁର୍ଗା ମା’ଙ୍କ ସାମ୍ନାରେ ଠିଆ ହୋଇଥିବାର ନଜର ଆସିଛନ୍ତି । ଅକ୍ଷୟଙ୍କ ଏହି ଲୁକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତା ଖୋଦ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଏକ ହରର କମେଡି ଫିଲ୍ମ । ସାଉଥ ଫିଲ୍ମ ‘କାଞ୍ଚନା’ର ଏହା ହିନ୍ଦୀ ରିମେକ । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ନଜର ଆସିବେ । ଫିଲ୍ମରେ ଅକ୍ଷୟଙ୍କୁ ଜଣେ ଟ୍ରାନ୍ସଜେଣ୍ଡର ଭୁତ ଭୂମିକାରେ ଦେଖିବାକୁ ମିଳିବ । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଜୁନ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More