Only for Entertainment

ଶୋକ ଦେଇଗଲେ ସଲିଲ, ଦେଖନ୍ତୁ ସଲିଲଙ୍କ ବିୟୋଗରେ ଅନୁ ଚୌଧରୀଙ୍କ ପ୍ରତିକ୍ରିୟା ।

youtube
93

ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହାସ୍ୟ ଅଭିନେତା ପପୁ ପମ୍ ପମ୍ କହିଛନ୍ତି,”ସଲିଲ ଦା’ ଜଣେ ବିଚିତ୍ର କଳାକାର ଥିଲେ। ତାଙ୍କ ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ। ତାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଥିଲା। ବହୁ ସିନେମାରେ ତାଙ୍କ ସହ ମୁଁ କାମ କରିଛି। ଆମ ସିନେମାରେ ସେ ଲକି ମାସ୍କଟ ଥିଲେ। ସବୁ ନିର୍ଦ୍ଦେଶକଙ୍କ ଧାରଣା ଥାଏ ଯେ, ସଲିଲ ଦା ଅଛନ୍ତି ତ ସିନେମା ଭଲ ଚାଲିବ। ଡାଏଲଗ୍‌ ନଥିଲେ ବି ଲୋକ ତାଙ୍କୁ ଦେଖିଲେ ହସନ୍ତି।”

 

ଏହି ମଧ୍ୟେରେ ଅଭିନେତ୍ରୀ ଅନୁ ଚୌଧରୀଙ୍କ ପ୍ରତିକ୍ରିୟା ମଧ୍ୟ ନଜର ଆସିଛି । ସଲିଲଙ୍କ ସ୍ଥାନ କେହି ନେଇପାରିବେ ନାହିଁ କହିଛନ୍ତି ଅଭିନେତ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More