Only for Entertainment

ପରିଣିତିଙ୍କୁ ପାଖକୁ ଡାକି ଏହି କଥା କହିଥିଲେ ଅନୁ ମଲ୍ଲିକ ।

in.com
55

ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦେଶର ସବୁ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣୀତିଙ୍କ ଯୋଡ଼ିକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ଏ ସବୁ ମଧ୍ୟରେ ଏବେ ପରିଣୀତିଙ୍କୁ ନେଇ ବଲିଉଡ୍‌ର ଆଗଧାଡ଼ିର ସଂଗୀତକାର ଯେଉଁ ଭବିଷ୍ୟବାଣୀ କରିଥିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜର ସେଇ ପୁରୁଣା ସ୍ମୃତିକୁ ମନେ ପକାଇ ପରିଣୀତିି ନିଜେ ଏହି ଖୁଲାସା କରିଛନ୍ତି । ସୂଚନା ମୁତାବକ, ଅର୍ଜୁନ କପୁର ଏବଂ ପରିଣୀତିି ଚୋପ୍ରା ନିଜ ଫିଲ୍ମର ପ୍ରମୋସନ୍‌ କରିବା ପାଇଁ ରିୟଲିଟି ସୋ’ ଇଣ୍ଡିଆନ ଆଇଡ଼ଲରେ ପହଞ୍ଚିଥିଲେ, ଯେଉଁଠି ସେ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ୍‌ଙ୍କୁ ନେଇ ଏକ ବଡ଼ ଖୁଲାସା କରିଥିଲେ ।

 

ତାଙ୍କ କହିବା ଅନୁଯାୟୀ, ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ମୁଁ ସୁଟିଂ ସେଟ୍‌ରେ ଅନ୍ୟ କଳାକାରମାନଙ୍କୁ ମ୍ୟାନେଜ କରୁଥିଲି । ଥରେ ଇଣ୍ଡିଆନ ଆଇଡଲର ସୁଟିଂ ଚାଲୁଥିବା ବେଳେ ସେ ଦିନ ଅତିଥି ହିସାବରେ ବୋଧ ହୁଏ ରାଣୀ ମ୍ୟାମ୍‌ କି ରଣବୀର-ଅନୁଷ୍କା ଆସିଥିଲେ । ମୁଁ ଦର୍ଶକମାନେ ବସିଥିବା ସ୍ଥାନ ଦେଇ ଯାଉଥିବା ବେଳେ ହଠାତ୍‌ ମୋତେ ଅନୁ ମଲିକ୍‌ ଡ଼ାକିଥିଲେ । ତାଙ୍କ ଡ଼ାକ ଶୁଣି ମୁଁ ଡ଼ରି ଯାଇଥିଲି । ମୋତେ ଲାଗିଲା ବୋଧ ହୁଏ କିଛି କଥା ମୋତେ କଳାକାରମାନଙ୍କୁ କହିବାରେ ଥିଲା । ଯାହା ମୁଁ କହି ନାହିଁ । ଡ଼ରି ଡ଼ରି ତାଙ୍କ ପାଖକୁ ଯିବା ପରେ ସେ ମୋତେ ତୁମେ ଅଭିନେତ୍ରୀ କି ବୋଲି ପଚାରିଥିଲେ । ମୁଁ ତାଙ୍କ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେବା ସହ ନାଁ କହି ମୁଁ ୟଶରାଜରେ କାମ କରୁଛି ବୋଲି କହିଥିଲି । ସେ ମୋ ଉତ୍ତର ଶୁଣି ହସିବା ସହ ଆଗକୁ ଯେତେବେଳେ ତୁମେ ମୋ ସହ ଦେଖା ହେବ ସେ ସମୟରେ ତୁମେ ଅଭିନେତ୍ରୀ ହୋଇଥିବ ବୋଲି କହିଥିଲେ ଅନୁ ମଲିକ୍‌ । ଏହା ଆଜି ସତ ବୋଲି ପ୍ରମାଣିତ ହୋଇଛି ବୋଲି କହିଥିଲେ ପରିଣୀତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More