Only for Entertainment

କାହିଁକି ପରସ୍ପରକୁ ନମସ୍କାର କଲେ ଏହି ଓଲିଉଡ ସୁପରଷ୍ଟାର?

facebook
44

ଓଲିଉଡ଼ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ବର୍ଷା ଓ ଅନୁଭବ ଏବେ ସୋସିଆଲ ମିଡ଼ିଆର ହଟ୍ ଟପିକ୍ ପାଲଟିଛନ୍ତି । କାରଣ ଏହି ଯୋଡ଼ି ପରସ୍ପରକୁ ହାତଯୋଡ଼ି ନମସ୍କାର କରୁଥିବା ଏକ ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ଦୁହେଁ ଦୁହିଁକୁ କାହିଁକି ନମସ୍କାର ହେଉଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଓଲିଉଡ଼ର ଭାଇଜାନ୍ ଅନୁଭବ ଏବଂ ବର୍ଷାଙ୍କ ଏହି ଫଟୋ ଫ୍ୟାନମାନଙ୍କ ମନରେ ସସପେନ୍ସ ଭରିଦେଇଛି ।

ତେବେ ଏହି ଫଟୋଟିକୁ ଖୋଦ୍ ଓଲିଉଡ଼ର ସୁପରଷ୍ଟାର ଅନୁଭବ ନିଜ ଅଫିସିଆଲ୍ ସୋସିଆଲ ପେଜ୍ ରେ ଅପଲୋଡ଼ କରିଛନ୍ତି । ଏବଂ ଫ୍ୟାନମାନଙ୍କୁ ଏହି ଫଟୋ କେଉଁ ମୂହୁର୍ତ୍ତର ବୋଲି ଅନୁମାନ୍ ଲଗାଇବାକୁ କହିଛନ୍ତି  । ତେବେ ଗତକାଲି ଏହି ଫଟୋକୁ ପୋଷ୍ଟ କରିବାମାତ୍ରେ ଅନେକ ପ୍ରଶଂସକ ଏହାର ଉତ୍ତର ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ପ୍ରଶଂସକମାନଙ୍କ କହିବା ମୁତାବକ ଏହି ଫଟୋଟି ଅଭିନେତ୍ରୀ ବର୍ଷାଙ୍କ ଆଗାମୀ ଫିଲ୍ମ ‘ନିମକି’ର ଏକ ମୁହୂର୍ତ୍ତର। ଯେଉଁଥିରେ ଏକ ରକ୍ତଦାନର ସିନ୍ ଅଛି ଏବଂ ବିଜେଡ଼ି ସାଂସଦ ଭାବେ ଅନୁଭବ ବର୍ଷାଙ୍କୁ ହାତ ଯୋଡ଼ିଥିବାର ଦୃଶ୍ୟ ରହିଥାଇ ପାରେ ବୋଲି ଆଶା କରାଯାଉଛି ।

ଆଗାମୀ ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିବେ । ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ହୋଇଥିବା ବେଳେ, ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ବର୍ଷାଙ୍କୁ ଦେଖିବାକୁ ମିଳିବ । ଭିନ୍ନ ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ‘ନିମକି’ର ନିର୍ଦ୍ଦେଶକ ସୁଶାନ୍ତ ମଣି ଦେଇଥିବାବେଳେ ଫିଲ୍ମର ସଙ୍ଗୀତଭାର ତୁଲାଇଛନ୍ତି ପ୍ରେମ୍ ଆନନ୍ଦ । ତେବେ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନ୍ୟପଟେ ଫିଲ୍ମଟି ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ଥିବାବେଳେ ଅନୁଭବଙ୍କ ଟ୍ୱିଟ୍ ଫଟୋ ଫିଲ୍ମ ନିମକି ସହିତ କି ଲିଙ୍କ୍ ରହିଛି ତାହା ଏବେ ସସପେନ୍ସ ଭରିଦେଇଛି । ଚଳଚିତ୍ର ରିଲିଜ୍ ହେବାପରେ ତାହା ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ଜୋର ଧରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More