Only for Entertainment

ଦିଲ୍ଲୀ ବାହୁଡ଼ା ଯାତ୍ରାରେ ନଜର ଆସିଲା ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ଝଲକ ।

youtube
0 53

ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ଯୋଡ଼ି ଓଡ଼ିଶାର ନମ୍ବର ୱାନ ଯୋଡ଼ି । ଏହି ଦୁଇ ଜଣଙ୍କୁ ଦର୍ଶକ ଖୁବ ପସନ୍ଦ କରନ୍ତି । କେବଳ ରିଲ ଲାଇଫରେ ନୁହେଁ ବରଂ ରିଅଲ ଲାଇଫରେ ଦୁଇ ଜଣଙ୍କ କେମେଷ୍ଟ୍ରିର ଦିୱାନା ହେଉଛନ୍ତି ଦର୍ଶକ । ଦୁଇ ଜଣଙ୍କର ଝଲକ ଦେଖିବା ପାଇଁ ତାଙ୍କ ପ୍ରଶଂସକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏତିକିରେ ଶେଷ ହୋଇନାହିଁ ଦର୍ଶକଙ୍କ ଭଲପାଇବା । ଦୁଇ ଜଣ ବାସ୍ତବ ଜୀବନରେ ସମସ୍ତ ବାଧାବିଘ୍ନ ଠାରୁ ଦୂରେଇ ରହି ଖୁସିରେ ରୁହନ୍ତୁ ଏହା ମଧ୍ୟ ଦର୍ଶକ ପ୍ରାର୍ଥନା କରିଥାନ୍ତି । କିନ୍ତୁ ଏକ ଦୀର୍ଘ ବ୍ୟବଧାନ ପରେ ମଧ୍ୟ ଏକା ସାଙ୍ଗରେ ସେମାନଙ୍କର କୌଣସି ଫିଲ୍ମ ପରଦାକୁ ଆସି ନାହିଁ । ଯାହା ଦର୍ଶକଙ୍କୁ ଖୁବ ନିରାଶ କରିଛି । ତଥାପି କେବେ କେବେ ଯଦି ଦୁଇ ଜଣଙ୍କର ସାମାନ୍ୟ ଝଲକ ନଜର ଆସିଥାଏ ତେବେ ତାଙ୍କ ପ୍ରଶଂସକ ଖୁବ ଖୁସି ହୋଇଯାଆନ୍ତି । ନିକଟରେ ହସ୍ପିଟାଲରୁ ବାହାରିବା ଦିନ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ଧରା ଧରି ଫଟୋ ଖୁବ ଆକର୍ଷଣୀୟ ଥିଲା । ତେବେ ଏହି ବ୍ୟବଧାନ ପରେ ଅନ୍ୟ ଏକ ଝଲକ ନଜର ଆସିଛି । ବାସ୍ତବରେ ଦୁଇ ଜଣ ଦିଲ୍ଲୀ ବାହୁଡ଼ା ଯାତ୍ରାକୁ ଯାଇଥିଲେ ଏବଂ ତାହାର ଭିଡ଼ିଓ ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More