Only for Entertainment

ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନ କରି ମାତୃଭୂମିକୁ ଟ୍ରିବ୍ୟୁଟ ଜଣାଇଲେ ଅନୁଭବ ମହାନ୍ତି ।

you tube
0 50

ଆଜି ଆମ ଦେଶ ୭୨ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ୧୫ ଅଗଷ୍ଟ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଏହି ଦିନ ଇଂରେଜମାନେ ଦେଶ ଛାଡି ଚାଲିଯାଇଥିଲେ ଏବଂ ଭରତ ସ୍ୱାଧୀନତା ହାସଲ କରିଥିଲା । ଛୋଟ ହେଉ କି ବଡ ସମସ୍ତେ ଏହି ଦିନଟିକୁ ପାଳନ କରିଥାନ୍ତି । ସ୍ୱାଧୀନତା ଦିବସ ଉପଲକ୍ଷେ ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଅନ୍ଦାଜରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିରୁ ଓଲିଉଡ ସୁପରଷ୍ଟାର ତଥା ରାଜନେତା ଅନୁଭବ ମହାନ୍ତି ବାଦ ପଡିବେ ବା କେମିତି ।

ଅଭିନେତା ଅନୁଭବ ମହାନ୍ତି ଏକ ନିଆରା ଅନ୍ଦାଜରେ ମାତୃଭୂମିକୁ ଟ୍ରିବ୍ୟୁଟ ଜଣାଇଛନ୍ତି । ୭୨ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଭବ ତାଙ୍କର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଭାରତର ଜାତୀୟ ସଙ୍ଗୀତ ଗାନ କରୁଥିବା ଦେଖିବାକୁ ମିଳିଛି । ଅନୁଭବଙ୍କର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ତାଙ୍କର ଫ୍ୟାନମାନେ ମଧ୍ୟ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ।

ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ ଅନୁଭବ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅନେକ ଭିଡିଓ ତାଙ୍କ ଫ୍ୟାନମାନଙ୍କ ପାଇଁ ସେୟାର କରିଥାନ୍ତି । ଦର୍ଶକ ମଧ୍ୟ ସେ ସବୁକୁ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More