Only for Entertainment

ଅନୁଭବ ମହାନ୍ତିଙ୍କ ନାମରେ ୟୁଟ୍ୟୁବ ଚ୍ୟାନେଲ,ଜାଣନ୍ତୁ କ’ଣ ରହିଛି ଉଦ୍ଦେଶ୍ୟ ।

youtube
0 48

ଅଭିନେତାଙ୍କ ସହିତ ସମସ୍ତେ ଯୋଡ଼ି ହୋଇ ରହିବାକୁ ଭଲପାଆନ୍ତି । ବିଶେଷକରି ସେମାନଙ୍କ ବାସ୍ତବ ଜୀବନ ବିଷୟରେ ଜାଣିବା ପାଇଁ ସମସ୍ତେ ଖୁବ ଉତ୍ସାହିତ ଥାଆନ୍ତି । ଏହି ଟ୍ରେଣ୍ଡରେ ବଲିଉଡ ଆକ୍ଟର ମାନଙ୍କ ନାମ ସବୁଠାରୁ ଉଚ୍ଚରେ । ସେମାନଙ୍କ ପ୍ରତି ମୁହୂର୍ତ୍ତର ଖବର ରହିଥାଏ ଜନସାଧାରଣଙ୍କ ନିକଟରେ । ସେଥିପାଇଁ ସବୁଠାରୁ ବଡ଼ ମାଧ୍ୟମ ହେଉଛି ସୋସିଆଲ ମିଡିଆ । ସେ ଟ୍ୱିଟର,ଫେସବୁକ,ଇଂଷ୍ଟାଗ୍ରାମ ବା ଅନ୍ୟ କୌଣସି ସୋସିଆଲ ମିଡିଆ । ତାହା ମାଧ୍ୟମରେ ପ୍ରତ୍ୟେକଟି ଖବର ଅତି ସହଜରେ ଆମ ନିକଟରେ ପହଂଚିଥାଏ । କିନ୍ତୁ ବଲିଉଡ ଅପେକ୍ଷା ଆମ ନିକଟରେ ଆଂଚଳିକ ଖବର ଖୁମ କମ ରହିଥାଏ । ଲୋକମାନେ ଆଂଚଳିକ ଖବର ଜାଣିବାକୁ ଅଧିକ ଇଛା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇନଥାଏ ବା ବେଳେ ବେଳେ ଯଦି ନିଜ ପ୍ରିୟ କଳାକାରଙ୍କ ସହିତ କିଛି ବାର୍ତ୍ତାଳପ କରିବାର ଇଛା ରହିଥାଏ,ତାହା ହୋଇପାରି ନଥାଏ । ଯଦି ତାହା ସମ୍ଭବ ହୁଏ ତେବେ ବଲିଉଡ ଭଳି ଓଲିଉଡର ସମସ୍ତ ପାସ୍ପରିକ କ୍ରିୟା ବିଷୟରେ ଉଭୟ କଳାକାର ଏବଂ ଜନସାଧାରଣ ଜାଣିପାରନ୍ତେ । ତେଣୁ ଏହାକୁ ନେଇ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏକ ପଦକ୍ଷେପ ନେଇଛନ୍ତି,ଯାହା ବିଷୟରେ ସେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରି ସୂଚନା ଦେଇଛନ୍ତି ।

ପ୍ରତ୍ୟେକ କଥାକୁ ନଜରରେ ରଖି ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସେହିଭଳି କିଛି ପଦକ୍ଷେପ ନେଇଛନ୍ତି । କାରଣ ଲୋକଙ୍କ ସହିତ ପାରସ୍ପରିକ କ୍ରିୟା ବିଷୟରେ ଆଲୋଚନା କରିବା ତାଙ୍କର ଲକ୍ଷ୍ୟ । ତେଣୁ ନିକଟରେ ସେ ‘ଅନୁଭବ ମହାନ୍ତି’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଯାହା ଦ୍ୱାରା ଲୋକମାନଙ୍କ ସହିତ ସେ ସିଧାସଳଖ ଯୋଡ଼ି ହୋଇପାରିବେ । ତେବେ ଏହି ଚ୍ୟାନେଲ ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା କଥା ବା ବାଣିଜ୍ୟିକ ଉଦ୍ଦେଶ୍ୟ ନଥିବା କଥା କହିଛନ୍ତି ଅନୁଭବ ମହାନ୍ତି । ତେଣୁ ତାଙ୍କ ଚ୍ୟାନେଲକୁ ସବସ୍କ୍ରାଇବ କରିବା କଥା ସେ ଭିଡ଼ିଓରେ କହିଛନ୍ତି । ଏହା ବ୍ୟତୀତ ଏହି ଚ୍ୟାନେଲର ଉଦ୍ଦେଶ୍ୟ ବିଷୟରେ ସେ ଧୀରେ ଧୀରେ ଅଧିକ ସୂଚନା ଦେବେ ବୋଲି ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More