Only for Entertainment

ଏଲିନାଙ୍କୁ ନେଇ ଉଠିଥିବା ଗୁଜବକୁ ଭୁଲାଇବା ପାଇଁ ବର୍ଷାଙ୍କ ପ୍ରତି ପ୍ରେମ ଜତାଇଲେ ଅନୁଭବ ।

youtube
0 71

ଓଲିଉଡରେ ବର୍ଷା ଏବଂ ଅନୁଭବଙ୍କ ଯୋଡି଼କୁ କିଏ ବା ପସନ୍ଦ ନ କରେ । ଏହି ବିୟୁଟଫୁଲ ଯୋଡ଼ି ନିଜର ଖାସ ଚରିତ୍ର ପାଇଁ ସମସ୍ତଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଯେତେ ସମସ୍ୟା ଆସିଲେ ମଧ୍ୟ ଦୁଇ ଜଣ ଏକାଠି ସମାଧାନ କରନ୍ତି ।

ନିକଟରେ ଫିଲ୍ମ ନିମକୀର ଖାସ ଇଭେଂଟରେ ଦୁଇଜଣ ଏକା ସାଙ୍ଗରେ ନଜର ଆସିଥିଲେ । ଏହି ଖାସ ମୁହୂର୍ତ୍ତରେ ଅନୁଭବ କିଛି ଏଭଳି କହିଲେ ଯେଉଁଥିରୁ ଜଣାପଡ଼ିଲା ବର୍ଷା କେତେ ଶାନ୍ତଏବଂ ଲାଜକୁଳି ସ୍ୱଭାବର । ଏହା ସହିତ ସେ ବର୍ଷାଙ୍କୁ ଖୁବ ଭଲପାଆନ୍ତି ବୋଲି ମଧ୍ୟ କହିଛନ୍ତି ।

ସବୁଠାରୁ ଖାସ କଥା ହେଉଛି କଥାରେ କଥାରେ ଅନୁଭବ କିଛି କଥାକୁ ସଙ୍କେତ ଦେଇ କହୁଥିବା ଭଳି ଅନୁଭବ ହେଉଛି । ଯେପରିକି ଅନୁଭବଙ୍କ କହିବା ଅନୁସାରେ ତାଙ୍କର ଆକ୍ସିଡେଂଟ ପରେ ତାଙ୍କ ଗୋଡ଼ ଫ୍ରାକ୍ଚର ହୋଇଥିଲା,ଯେଉଁଥିପାଇଁ ସେ ୪ ମାସ ବେଡ ରେଷ୍ଟ ନେଇଥିଲେ । ସେହି ସମୟରେ ବର୍ଷା ତାଙ୍କର ଯେଉଁଭଳି ଯତ୍ନ ନେଇଥିଲେ ସେଥିରୁ ସେ ଜାଣି ପାରିଥିଲେଯେ ବର୍ଷା ତାଙ୍କୁ କେତେ ପରିମାଣର ଭଲପାଆନ୍ତି । ବର୍ଷାଙ୍କ ପ୍ରେମ ଖୁବ ଗଭୀର ଥିବା କଥା ସେ ସ୍ୱୀକାର କରିଛନ୍ତି । ଏହା ସହିତ ଅନୁଭବ କହିଲେଯେ ବେଳେ ବେଳେ ଯଦି କୌଣସି ଘଟଣା ଆପଣଙ୍କ ସହିତ ଘଟିଥାଏ ଏବଂ ତାହା ଏକ ଦ୍ୱନ୍ଦ ମଧ୍ୟରେ ରହି ଯାଇଥାଏ ଭଗବାନ ତାହାକୁ ସମାଧାନ କରିବା ପାଇଁ ଏକ ରାସ୍ତା ଦେଇଦିଅନ୍ତି । ଯାହା ଥିଲା ତାଙ୍କ ଆକ୍ସଡେଂଟ । ହୁଏତ ଭଗବାନ ସେହି ସମୟକୁ ଦୁଇ ଜଣଙ୍କ ସଂପର୍କକୁ ଅଧିକ ଗଭୀର କରିବା ପାଇଁ ଏବଂ ଭଲ ପାଇବାକୁ ପୂର୍ବପରି ବୁଝିବା ପାଇଁ ତାଙ୍କ ଜୀବନରେ ସେହି ସମୟକୁ ଆଣିଥିଲେ । ସେହି ସମୟରେ ସେ ଏକ ସ୍ତ୍ରୀ’ର ମହତ୍ୱ ବୁଝି ପାରିଥିଲେ । ବର୍ଷା ଅନୁଭବଙ୍କୁ ନେଇ କେତେ ରେସପନ୍ସିବଲ ନିଜେ ଅନୁଭବ ଏହାକୁ ସ୍ୱୀକାର କରିଛନ୍ତି । ତାଙ୍କ କହିବା ଅନୁସାରେ ସ୍ତ୍ରୀ ଭଳି କେହି ମଧ୍ୟ ହୋଇପାରିବେ ନାହିଁ ।

ଉପରୋକ୍ତ କଥାକୁ ଦେଖିବା ପରେ ଜଣାପଡ଼ୁଛି ଯେ ଅନୁଭବ ଏବଂ ଏଲିନାଙ୍କ ଅଫେୟରକୁ ନେଇ କୁହାଯାଉଥିବା କଥାକୁ ଅନୁଭବ ସଙ୍କେତ ଦେଇ ଦେଇଛନ୍ତି । ଏବଂ ଖରାପ ସମୟକୁ ଭୁଲି ନିଜ ସ୍ତ୍ରୀ ବର୍ଷାଙ୍କ ବାସ୍ତବ ଭଲ ପାଇବାକୁ ବୁଝି ପାରିଛନ୍ତି । ତେବେ ଖବର ଯାହାବି ହେଉ ବିୟୁଟିଫୁଲ କପଲ ଅନୁଭବ ମହାନ୍ତି ଏବଂ ବର୍ଷା ସବୁବେଳେ ଖୁସିରେ ରୁହନ୍ତୁ ଏହା ସମସ୍ତେ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More